ଗ୍ରିଲ୍‌ କାଟି ଘରୁ ଚୋରି

ଖଣ୍ଡଗିରି: ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ବାଘତୋଟା କଲୋନିରୁ ଶୁକ୍ରବାର ଦିନ ଦିପ୍ରହରରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୁନୀଲ ପରିଜାଙ୍କ ଘରର ଗ୍ରିଲ୍‌ ତାଲା କାଟି ଆଲ୍‌ମିରାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଓ ୩୦ ହଜାର ଟଙ୍କା ଚୋରି କରି ନେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁନୀଲଙ୍କ ଅଭିଯୋଗ ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ତାଙ୍କ ସ୍ତ୍ରୀ ଝିଅକୁ ଧରି ଯାଁଳା ବଜାରକୁ ମାର୍କେଟିଂ କରିବାକୁ ଯାଇଥିଲେ। ଅଧ ଘଣ୍ଟା ପ‌ରେ ଫେରିବା ବେଳକୁ ତାଙ୍କ ଘରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ସଂପର୍କରେ ସେ ଅଭିଯୋଗ କରିବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର