ଭୁବନେଶ୍ୱର: ନୂଆପଲ୍ଲୀ ଥାନା ଅଧୀନରେ ଥିବା ୟୁନିଟ ୮ର ଡେଲଟା (ବି) କଲୋନିର ସୟଦ ରସିଦମଙ୍କ ଘରେ କେହି ନଥିବା ସମୟରେ ଗ୍ରିଲ ତାଡ଼ି ଚୋରି ହୋଇଛି। ସୟଦ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୟଦ ସୋମବାର ସନ୍ଧ୍ୟାରେ ସେ ତାଙ୍କ ପରିବାର ସହ କଟକ ଯାଇଥିଲେ। ରାତିରେ କଟକରୁ ଫେରି ଦେଖନ୍ତି ତ ତାଙ୍କ ଘର ଗ୍ରିଲ ତଡ଼ା ହୋଇଛି। ସେ ଭିତରକୁ ଯାଇ ଦେଖନ୍ତି ତାଙ୍କ ଆଲମିରା ଭଙ୍ଗା ହୋଇଛି ଏବଂ ଶୋଇବା ଘରେ ଥିବା ଲ୍ୟାପଟପ ଓ ମୋବାଇଲ କେହି ନେଇ ଯାଇଛି।
ଗ୍ରିଲ ତାଡ଼ି ଘରୁ ଲୁଟ
/sambad/media/post_attachments/wp-content/uploads/2017/12/loot.jpeg)
/sambad/media/agency_attachments/2024-07-24t043029592z-sambad-original.webp)