ତାଲା ଭାଙ୍ଗି ଘରୁ ଚୋରି

ଭୁବନେଶ୍ୱର : ତାଲା ଭାଙ୍ଗି ଘରୁ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଚୋରକୁ ଗିରଫ କରିଛି। ସେ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ଆଜି ଅଞ୍ଚଳର ବିଜୟ କୁମାର ସାମଲ(୫୨)। ଏଠାରେ ମଞ୍ଚେଶ୍ୱର ରେଳଷ୍ଟେସନ୍‌ ଅଞ୍ଚଳରେ ରହେ। ଗତ ୨୬ ତାରିଖ ରାତିରେ ଭିଏସ୍‌ଏସ୍‌ ନଗର ସ୍ଥିତ ସର୍ବେଶ୍ୱର ରଣା ନାମକ ଜଣେ ବ୍ୟକ୍ତିଙ୍କ ଘରେ ତାଲା ପଡ଼ିଥିବା ଦେଖି ବିଜୟ ଚୋରି ପାଇଁ ଯୋଜନା କରିଥିଲା ଏବଂ ଯୋଜନା ମୁତାବକ ଘର ତାଲା ଭାଙ୍ଗି ବହୁ ଆସବାବପତ୍ର ନେଇ ଯାଇଥିଲା।

ଘର ତାଲା ଭାଙ୍ଗି ଚୋରି ହୋଇଥିବା ଜାଣିବା ପରେ ସର୍ବେଶ୍ୱର ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ବିଜୟକୁ ଗିରଫ କରିବା ସହ ସମସ୍ତ ଜିନିଷପତ୍ର ଜବତ କରିଥିଲା। ତା’କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର