ତାଲା ଭାଙ୍ଗି ଘରୁ ଚୋରି

ଜଟଣୀ : ସ୍ଥାନୀୟ ଚିନ୍ତାମଣି ନଗରରେ ରହୁଥିବା ରବୀନ୍ଦ୍ର ରାଓଙ୍କ ଘରୁ ଗତ ସନ୍ଧ୍ୟାରେ ଚୋରି ହୋଇଯାଇଥିବା ନେଇ ଜଟଣୀ ଥାନାରେ ଅଭିଯୋଗ ହୋଇଛି। ରବୀନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସଂଧ୍ୟା ୬ଟାରୁ ୮ଟା ମଧ୍ୟରେ ସେ ବାହାରକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଆଲମିରାରୁ ୩ ଭରିରୁ ଊର୍ଧ୍ୱ ମୂଲ୍ୟର ସୁନା ଗହଣା ଓ ନଗଦ ୮୫ହଜାର ଟଙ୍କା ଚୋରି କରି ନେଇଥିଲେ। ବିଳମ୍ବିତ ରାତିରେ ରବୀନ୍ଦ୍ର ଘରକୁ ଫେରି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଜଟଣୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଅନୁସନ୍ଧାନ କରି ଫେରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର