ଘର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌

ବାଲିଅନ୍ତା : ବାଲିଅନ୍ତା ଥାନା ଅନ୍ତର୍ଗତ ଅଲାରପୁରସ୍ଥିତ ଆର୍ଯ୍ୟହୋମ୍‌ ଡୁପ୍ଲେକ୍ସ ନଂ ୩୩ରେ ରହୁଥିବା ଜଗଦୀଶ ନାରାୟଣ ମିଶ୍ରଙ୍କ ଘରୁ ଗତକାଲି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ୧୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ ଗହଣା ମଧ୍ୟରେ ରହିଛି ସୁନାଚେନ୍‌, ସୁନାମୁଦି, ଚୁଡ଼ି ଓ ବାହୁଟି ତଥା ଅନ୍ୟସବୁ ସୁନା ଅଳଙ୍କାର। ଏ ସଂପର୍କରେ ଆଜି ଜଗଦୀଶ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ନଂ ୬୫/୧୮ରେ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି। ହେଲେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ୍‌କୁ ସଂପୃକ୍ତ ଲୁଟେରାମାନଙ୍କ ସଂପର୍କରେ ପତ୍ତା ମିଳିପାରିନି। ପୁଲିସ ସୂଚନାନୁଯାୟୀ ଜଗଦୀଶଙ୍କ ନିଜ ଘର ଅନୁଗୁଳ ଟାଉନ୍‌ ଥାନା ଅଞ୍ଚଳରେ। ଦୁଇଦିନ ତଳେ ଏହି ବୟସ୍କ ଦମ୍ପତି ଅନୁଗୁଳ ଯାଇଥିଲେ। ହେଲେ ସେମାନଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର ମୁଖ୍ୟକବାଟ ତାଲା ଭାଙ୍ଗି ତାଙ୍କର ସର୍ବସ୍ୱ ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର