କେଦାରଗୌରୀ ମନ୍ଦିରରୁ ଚୋରି

ପୁରୁଣା ଭୁବନେଶ୍ୱର : ପ୍ରସିଦ୍ଧ କେଦାରଗୌରୀ ମନ୍ଦିରର ଷ୍ଟୋର୍‌ ରୁମ୍‌ରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଗ୍ରିଲ ତାଡ଼ି ୭୫ ହଜାର ଟଙ୍କା ଓ ଏକ ଏଲ୍‌ସିଡି ଟିଭି ଲୁଟି ନେଇଛନ୍ତି। ଏନେଇ କେଦାରଗୌରୀ ମନ୍ଦିର ଡେଭଲପ୍‌ମେଣ୍ଟ୍‌ କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିର ପ୍ରବେଶର ଦକ୍ଷିଣ ପାର୍ଶ୍ୱରେ ଥିବା ଷ୍ଟୋର୍‌ ରୁମ୍‌କୁ ଯିବାକୁ ଥିବା ଏକ ଲୁହା ଗ୍ରିଲ୍‌କୁ ତାଡ଼ି ଦୁର୍ବୃତ୍ତମାନେ ପଶିଥିଲେ। ସେମାନେ ଭିତରେ ଥିବା ଅନ୍ୟ ଏକ କବାଟକୁ ତାଡ଼ିବା ସହ ଲୁହା ଆଲମିରା ଭାଙ୍ଗି ସେଥିରୁ ନଗଦ ୭୫ହଜାର ଟଙ୍କା ଓ କାନ୍ଥରେ ଲାଗିଥିବା ଏଲ୍‌ସିଡି ଟିଭି ଲୁଟି ନେଇଥିଲେ। ଯିବା ବେଳେ ଅନ୍ୟ ଏକ ଛୋଟ ଗ୍ରିଲ୍‌ ତାଡ଼ି ଫେରାର୍‌ ହୋଇଥିଲେ। ସକାଳେ ସେବାୟତ ଲୁଲୁ ଏହା ଦେଖି ପୁଲିସକୁ ଜଣାଇଥିଲେ। ଥାନା ଅଧିକାରୀ ଜନାର୍ଦନ ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରିଥିଲେ।

ସମ୍ବନ୍ଧିତ ଖବର