ଚନ୍ଦ୍ରଶେଖରପୁର : କଳାରାହାଙ୍ଗ ବଜାରରେ ଥିବା ରୋହିତ କୁମାର ସାହୁଙ୍କ ମୋବାଇଲ୍ ଦୋକାନରୁ ଲୁଟ୍ ହୋଇଛି। ଲୁଟେରାମାନେ ତାଲା ଭାଙ୍ଗି ଦୋକାନ ଭିତରୁ ଗୋଟିଏ ଲ୍ୟାପ୍ଟପ୍, ୨୦ ହଜାର ଟଙ୍କା ଓ ୫୦ଟି ମୋବାଇଲ୍ ଲୁଟି ନେଇଛନ୍ତି। ସକାଳେ ରୋହିତ ଏ ସଂପର୍କରେ ଜାଣିବାକୁ ପାଇବା ପରେ ମଞ୍ଚେଶ୍ୱର ଥାନାକୁ ସୂଚନା ଦେଇଥିଲେ। ସନ୍ଧାନୀ କୁକୁର ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
ମୋବାଇଲ୍ ଦୋକାନରୁ ଲୁଟ୍
/sambad/media/post_attachments/wp-content/uploads/2018/02/Mobile-Dokana-loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)