ପଞ୍ଚସଖାନଗରରେ ରାହାଜାନୀ ବଢ଼ୁଛି : ୩୦ ଟଙ୍କା ବି ଛଡ଼ାଇନେଲେ

ଖଣ୍ଡଗିରି : ସ୍ଥାନୀୟ ପଞ୍ଚସଖାନଗରରେ ଦିନକୁ ଦିନ ରାହାଜାନୀ ବଢ଼ୁଥିବା ଅଭିଯୋଗ ହେଉଛି। ଦୁର୍ବୃତ୍ତମାନେ ରାସ୍ତାଘାଟରେ ଯାହାଠାରୁ ଯାହା ପାଇଲେ ଛଡ଼ାଇ ନେଉଛନ୍ତି। ଏମିତିକି ଜଣେ ଦିନମଜୁରିଆଙ୍କଠାରୁ ମୋବାଇଲ୍‌ ସହ ୩୦ ଟଙ୍କା ବି ଛଡ଼ାଇନେବାକୁ ପଛାଇ ନାହାନ୍ତି।

ରବିବାର ରାତି ପ୍ରାୟ ୮ଟା ସମୟରେ ପ୍ରବୀଣ ପ୍ରଧାନ ନାମକ ଜଣେ ଦିନ ମଜୁରିଆ ସାଇକେଲ ଯୋଗେ ବଜାରରୁ ଫେରୁଥିଲା। ପ୍ରବୀଣ ରାତିରେ ସେହି କଲୋନିର ଜନୈକ ଅବସରପ୍ରାପ୍ତ ଇଂଜିନିୟରଙ୍କ ଘରେ ରହି ଜଗାରଖା କରେ। ରାସ୍ତାରେ ହଠାତ୍‌ ଏକ ବାଇକ୍‌ରେ ଥିବା ୩ ଜଣ ଯୁବକ ପ୍ରବୀଣକୁ ଅଟକାଇ ପ୍ରଥମେ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ତା’ପରେ ଜଣେ ତାଙ୍କ ପକେଟ୍‌ରେ ହାତ ପୂରାଇ ପର୍ସ ବାହାର କରିବାକୁ ଉଦ୍ୟମ କରିଥିଲା। ପ୍ରବୀଣ ପ୍ରତିବାଦ କରିବାରୁ ଆଉ ଜଣେ ଜଳନ୍ତା ସିଗାରେଟ୍‌କୁ ତାଙ୍କ ମୁହଁ ପାଖକୁ ନେଇ ଚେଙ୍କ ଦେବ ବୋଲି ଧମକ ଦେଲା। ତେଣୁ ଭୟରେ ସେ ହାତ ଟେକି ଠିଆ ହୋଇଯାଇଥିଲେ। ପର୍ସରେ ମାତ୍ର ୩୦ ଟା ଟଙ୍କା ଅଛି ବୋଲି ପ୍ରବୀଣ କହିବା ପରେ ବି ସେମାନେ ପର୍ସ ନେଇଯାଇଥିଲେ। ଏ ନେଇ ଆଜି ପ୍ରବୀଣ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବରୁ ଏହି କଲୋନିରେ ଦୁ ଇ ଜଣ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନା ଚେନ୍‌ ଝାମ୍ପି ନେଇଥିଲେ।

ସମ୍ବନ୍ଧିତ ଖବର