ଗ୍ରିଲ୍‌ ତାଲା କାଟି ଡାକଘରୁ ଚୋରି

ଖଣ୍ଡଗିରି: ରବିବାର ବିଳମ୍ବିତ ରାତିରେ ଯାଁଳା ଉପଡାକଘରର ମୁଖ୍ୟ ଗ୍ରିଲ୍‌ ତାଲା କାଟି ଦୁର୍ବୃତ୍ତମାନେ ଚୋରି କରିଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି। ନଗଦ ଟଙ୍କା ଚୋରି ହୋଇ ନଥିଲେ ମଧ୍ୟ ଦୁର୍ବୃତ୍ତମାନେ ବହୁ ଦାମୀ ପାର୍ସଲ ଚୋରି କରିଥିବା ଜଣାପଡ଼ିଛି। ଏ ନେଇ ଯାଁଳା ଫାଣ୍ଡି ପୁଲିସ ଛାନ୍‌ଭିନ୍ ଜାରି ରଖିଥିଲେ ବି ଚୋରମାନଙ୍କ ଟେର୍ ପାଇନାହିଁ। ସହକାରୀ ପୋଷ୍ଟ ମାଷ୍ଟର ଆଶିଷ କୁମାର ପୃଷ୍ଟିଙ୍କ ଅଭିଯୋଗ ଅନୁସାରେ ଦୁର୍ବୃତ୍ତମାନେ କ୍ୟାସ୍ ଅନ୍‌ ଡେଲିଭରି ପାର୍ସଲ, ଭ୍ୟାଲୁଏବ୍‌ଲ ପାର୍ସଲ ଭଳି ଅନ୍ୟାନ୍ୟ ପ୍ୟାକେଟ୍‌ ଚୋରି କରି ନେଇଛନ୍ତି। ସେଗୁଡ଼ିକରେ ମୋବାଇଲ୍‌ ଫୋନ୍‌, ଜୋତା, ଘଣ୍ଟା ଓ ରେଡିମେଡ୍‌ ଡ୍ରେସ୍‌ ଭଳି ବିଭିନ୍ନ ଦାମୀ ଜିନିଷ ଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଏହି ଉପଡାକଘରର କୋଠା ଭଗ୍ନ ଅବସ୍ଥାରେ ଥିବାରୁ ଏଠାରେ କେହି ରାତିରେ ରହୁ ନାହାନ୍ତି। ତେଣୁ ବାରମ୍ବାର ଏଠାରୁ ଚୋରି ହେଉଛି।

ସମ୍ବନ୍ଧିତ ଖବର