ଖଣ୍ଡଗିରି : ଶୁକ୍ରବାର ବିଳମ୍ବିତ ରାତିରେ ପାତ୍ରପଡ଼ା ବଜାରସ୍ଥିତ ଜ୍ୟୋତ୍ସ୍ନା ପେଣ୍ଟସ୍ ଦୋକାନର ସଟର୍ ତାଡ଼ି ଜଣେ ଦୁର୍ବୃତ୍ତ କ୍ୟାସ୍ ବାକ୍ସରୁ ଟଙ୍କା ଲୁଟି ନେଇଛି। ଏ ନେଇ ଦୋକାନ ମାଲିକ ସନାତନ ମଙ୍ଗରାଜ ଅଭିଯୋଗ କରିବା ପରେ ଖଣ୍ଡଗିରି ଥାନା ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ରେ କଏଦ୍ ହୋଇଥିବା ଲୁଟ୍ ବେଳର ଦୃଶ୍ୟକୁ ତନଖି କରି ପୁଲିସ ଲୁଟେରାକୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି। ଫୁଟେଜ୍ରେ ଲୁଟେରାଜଣଙ୍କ ମୁହଁ ସ୍ପଷ୍ଟ ବାରି ହୋଇପଡ଼ୁଥିବାରୁ ପୁଲିସ ତାକୁ ସହଜରେ ଗିରଫ କରିବ ବୋଲି ଆଶା କରାଯାଉଛି। ସନାତନଙ୍କ ଅଭିଯୋଗ ଅନୁସାରେ, ତାଙ୍କ କ୍ୟାସ୍ ବାକ୍ସରେ ପ୍ରାୟ ୧୦/୧୨ହଜାର ଟଙ୍କା ଥିଲା। ଉକ୍ତ ବଜାରରେ ଜଣେ ସିକ୍ୟୁରିଟି ଗାର୍ଡ ଜଗି ରହୁଥିବା ବେଳେ ଦୁର୍ବୃତ୍ତଜଣଙ୍କ କିଭଳି ଏହି କାଣ୍ଡ ଭିଆଇଲା, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପାତ୍ରପଡ଼ା : ସଟର୍ ତାଡ଼ି ଦୋକାନରୁ ଲୁଟ୍
/sambad/media/post_attachments/wp-content/uploads/2020/02/lootera-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)