ବାଲିଅନ୍ତା: ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଭୁବନପୁର ସ୍ଥିତ ମା’ ଉତ୍ତରମୁଖୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଆଜି ପୂର୍ବାହ୍ନରେ ମନ୍ଦିର ପରିଚାଳନା କମିଟି କର୍ମକର୍ତାମାନେ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭଙ୍ଗା ହୁଣ୍ଡିବାକ୍ସ ସହିତ ସେଠାରେ ବିକ୍ଷିପ୍ତ ଭାବେ ପଡ଼ିଥିବା କିଛି ଖୁଚୁରା ପଇସା ଜବତ କରିଛି। ଗ୍ରାମ କମିଟି ଆଧାରରେ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି। ଭୁବନପୁର ଗ୍ରାମର ବାମଦେବ ସାହୁ ଓ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଆଜି ଭୋର ସମୟରେ ପୂଜକ ମହେନ୍ଦ୍ର ପଣ୍ଡା ପୂଜା କରିବାକୁ ଯିବା ବେଳେ ମନ୍ଦିର ସମ୍ମୁଖରେ ହୁଣ୍ଡି ଭଙ୍ଗା ଯାଇଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ।

ସମ୍ବନ୍ଧିତ ଖବର