ନୂଅପଲ୍ଲୀରେ ମାତିଛନ୍ତି ଲୁଟେରା: ମହିଳାଙ୍କଠୁ ଚେନ୍‌, ଯୁବତୀଙ୍କ ଫୋନ୍‌ ଛଡ଼ାଇନେଲେ

ସିସିଟିଭିରେ ଲୁଟର ଦୃଶ୍ୟ କଏଦ

ଭୁବନେଶ୍ୱର: ନୂଆପଲ୍ଲୀ ଅଞ୍ଚଳରେ ମାତିଛନ୍ତି ଲୁଟେରା। ଆଜି କିଛି ସମୟ ମଧ୍ୟରେ ଲୁଟେରାମାନେ ଜଣେ ମହିଳାଙ୍କ ବେକରୁ ଚେନ୍‌ ଝାମ୍ପି ନେଇଥିବାବେଳେ ଜଣେ ଯୁବତୀଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ଏ ନେଇ ଉଭୟ ମହିଳା ଓ ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।ମିଳିଥିବା ସୂଚନା ମୁତାବକ, ଇନ୍ଦ୍ରଧନୁ ମାର୍କେଟକୁ ସୁନନ୍ଦା ପ୍ରଧାନ ନାମକ ଜଣେ ମହିଳା ଜିନିଷପତ୍ର କିଣିବାକୁ ଆସିଥିଲେ। ଏହି ସମୟରେ ଏକ କଳା ରଙ୍ଗର ପଲସରରେ ଦୁଇ ଜଣ ଲୁଟେରା ଆସି ତାଙ୍କ ଚେନ୍‌ ଝାମ୍ପି ନେଇଥିଲେ। ଚେନ୍‌ ଲୁଟିବା ପରେ ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଗାଏବ ହୋଇ ଯାଇଥିଲେ। ଲୁଟ ଚେନ୍‌ର ଓଜନ ୨ ଭରି ପାଖାପାଖି ହେବ। ସେହିପରି ଆଇଆରସି ଭିଲେଜ ନିକଟରେ ସୂଚିସ୍ମିତା ଦିଗାଲ ନାମକ ଜଣେ ଯୁବତୀ ଟ୍ୟୁସନ ହେବା ପାଇଁ ଯାଉଥିବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ନମ୍ବରବିହୀନ ପଲସର ବାଇକ୍‌ରେ ଆସି ତାଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ଏ ନେଇ ସୂଚିସ୍ମିତା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ବଡ଼ କଥା ହେଉଛି ଦୁଇ ଲୁଟ୍‌ ଘଟଣାର ଦୃଶ୍ୟ ସ୍ଥାନୀୟ ଏକ ଦୋକାନରେ ଲାଗିଥିବା ସିସି କ୍ୟାମେରାରେ ମହଜୁଦ୍‌ ଅଛି। ପୁଲିସ ସିସିଟିଭି ଫୁଟେଜ ସଂଗ୍ରହ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର