ବାଲିଅନ୍ତା: ନୂଆସାହି ଗ୍ରାମ ବ୍ରହ୍ମଦେବଙ୍କ ପୀଠ ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ୧୯ ହଜାର ଟଙ୍କା ଲୁଟ୍ ହୋଇଛି। ଲୁଟ୍ର ଶିକାର ବ୍ୟକ୍ତିଜଣଙ୍କ ହେଲେ ସାହିର ଖାନ୍। ସେ ନିଆଳିସ୍ଥିତ ସାର୍ଟିନ୍ କ୍ରେଡିଟ୍ ଫାଇନାନ୍ସ ସଂସ୍ଥାରେ କାମ କରନ୍ତି। ନୂଆସାହି ଗ୍ରାମର ମହିଳା ମଣ୍ଡଳରୁ ଋଣ ଟଙ୍କା ଆଦାୟ କରି ସେ ବାଇକ୍ରେ ଫେରୁଥିବା ବେଳେ ତାଙ୍କ ନିକଟରୁ ଏହି ଲୁଟ୍ ହୋଇଥିଲା। ଏକ ନିଛାଟିଆ ସ୍ଥାନରେ ପୂର୍ବରୁ ଛପି ରହିଥିବା ଦୁଇଜଣ ଦୁର୍ବୃତ୍ତ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ଲୁଟି ନେଇଥିଲେ। ଏନେଇ ସେ ବାଲିଅନ୍ତା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍
/sambad/media/post_attachments/wp-content/uploads/2018/07/loot-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)