ଖଣ୍ଡଗିରି: ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଜାଗମରା-ଡୁମୁଡୁମା ରାସ୍ତାରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀ ହେଲେ, ଜାଗମରାରେ ଭଡ଼ାରେ ରହୁଥିବା ପବିତ୍ର ସାହୁ। ଦୁର୍ବୃତ୍ତମାନେ ତାଙ୍କଠାରୁ ଏକ ସୁନାଚେନ୍ ଓ ମୁଦି ଲୁଟି ନେଇଥିବା ସେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଆଜି ନିଜର ବ୍ୟାବସାୟିକ କାମ ସାରି ପବିତ୍ର ଡୁମୁଡୁମାରୁ ଝରପୋଖରୀ ନୂଆ ରାସ୍ତା ଦେଇ ଜାଗମରା ଫେରୁଥିଲେ। ବାଟରେ ଏକ ପଲସରରେ ଥିବା ୩ଜଣ ଦୁର୍ବୃତ୍ତ ତାଙ୍କୁ କୌଣସି ଆଳରେ ଅଟକାଇବା ପରେ ଭୁଜାଲି ଦେଖାଇ ସୁନାଚେନ୍ ଓ ମୁଦି ବାହାର କରି ନେଇଥିଲେ। ଏହି ସମୟରେ ଜାଗମରା ଗାଁର କିଛି ଲୋକ ସେହି ବାଟ ଦେଇ ଯାଉଥିଲେ ଓ ଲୁଟ୍ ବାବଦରେ ଜାଣିବା ପରେ ଲୁଟେରାମାନଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ଏମିତିକି ଜଣେ ଗ୍ରାମବାସୀ ସାହସ କରି ଭୁଜାଲି ଧରିଥିବା ଦୁର୍ବୃତ୍ତକୁ ଧରି ପକାଇଥିଲେ। ମାତ୍ର ଅନ୍ୟ ଦୁଇ ଦୁର୍ବୃତ୍ତ ତୁରନ୍ତ ଦୁଇଟି ମାଉଜର୍ ବାହାର କରି ଉକ୍ତ ଲୋକଙ୍କୁ ଧମକ ଦେଇଥିଲେ। ମାଉଜର ଦେଖି ଭୟରେ ସମସ୍ତେ ପଛଘୁଞ୍ଚା ଦେବାରୁ ୩ଜଣଯାକ ଦୁର୍ବୃତ୍ତ ଖସି ପଳାଇଥିଲେ। ଉଲ୍ଲେଖଯୋଗ୍ୟ, ଏହି ନିଛାଟିଆ ରାସ୍ତାରେ ବାରମ୍ବାର ଏଭଳି କାଣ୍ଡ ଘଟୁଛି।
ବନ୍ଧୁକ ମୁନରେ ବ୍ୟବସାୟୀଙ୍କୁ ଲୁଟିଲେ
/sambad/media/post_attachments/wp-content/uploads/2019/02/loot-aa-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)