କାମାକ୍ଷାନଗର/କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ା ଥାନା ତଣ୍ଡିମୁଣ୍ଡା ଗାଁ ନିକଟରେ ଏସ୍ବିଆଇ ଗ୍ରାହକ ସେବାକେନ୍ଦ୍ରର ସତ୍ତ୍ବାଧିକାରୀ ସୁନିଲ ମିଶ୍ରଙ୍କୁ ପିସ୍ତଲ ଦେଖାଇ ୩ ଜଣ ଦୁର୍ବୃତ୍ତ ତାଙ୍କଠାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଲୁଟ୍ କରିଛନ୍ତି। ଶ୍ରୀ ମିଶ୍ରଙ୍କ ଅଭିଯୋଗ ଅନୁସାରେ, ଆଜି ଦିନ ୧୦ଟାବେଳେ ବାଇକ୍ରେ ଯାଉଥିବାବେଳେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ତଣ୍ଡିମୁଣ୍ଡାଠାରେ ଅଟକାଇବା ସହିତ ତାଙ୍କ ପିସ୍ତଲ ଦେଖାଇଥିଲେ। ଭୟଭୀତ କରାଇ ତାଙ୍କ ବ୍ୟାଗ୍ରେ ଥିବା ୧ ଲକ୍ଷ ୭୨ ହଜାର ଟଙ୍କା ଓ ମନିପର୍ସରେ ଥିବା ୪ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି କଙ୍କଡ଼ାହାଡ଼ ପୁଲିସ୍ ଘଟଣାର ତଦନ୍ତ କରୁଛି।
ପିସ୍ତଲ୍ ଦେଖାଇ ୧.୭୬ ଲକ୍ଷ ଟଙ୍କା ଲୁଟ୍
/sambad/media/post_attachments/wp-content/uploads/2019/05/loot-f.jpg)