ବାରଙ୍ଗ: ସୁନା ଅଳଙ୍କାର ଠକେଇ କରିବା ବାହାନାରେ ୨ ଜଣ ଠକ ଆଜି ବାରଙ୍ଗ ଥାନା ଅଧୀନ ସୀତାରାମ ବଜାର ଲେବର କଲୋନିର ଦୁଇଜଣ ମହିଳାଙ୍କଠାରୁ ଗୋଟିଏ ସୁନାର ମଙ୍ଗଳସୂତ୍ର ଓ ଦୁଇ ହଳ କାନଫୁଲ ଚୋରି କରି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ୨ଜଣ ଯୁବକ କଲୋନିରେ ପହଞ୍ଚି ସୁନା ସଫେଇ କରିବାକୁ କହିଥିଲେ। କଲୋନିର କେହି ମହିଳା ଏଥିରେ ରାଜି ହୋଇ ନଥିଲେ। ମାତ୍ର ଦୁଇ ଜଣ ମହିଳାଙ୍କୁ ସଫେଇ କରିବାକୁ ପ୍ରବର୍ତାଇଥିଲେ। ଏପରିକି ବାକିରେ ସଫେଇ କରିବାକୁ ରାଜି ହୋଇଥିଲେ। ଠକ ଯୁବକଙ୍କ ମଧ୍ୟରେ ଜଣେ ବ୍ୟାଗ୍ରୁ ପତ୍ତଳ ଗିନା କାଢ଼ି, ସେଥିରେ ତରଳ ପଦାର୍ଥ ଢାଳିଥିଲେ। ଜରିମା ବିବି ନାମକ ମହିଳା ବେକରୁ ମଙ୍ଗଳ ସୂତ୍ର ସଫେଇ କରିବାକୁ ଦେଇଥିବା ବେଳେ ସଇଦା ବେଗମ୍ କାନଫୁଲ ଦେଇଥିଲେ। କୌଶଳ କରି ଠକ ଦୁଇଜଣ ପିତ୍ତଳ ଗିନାରେ ନକଲି ଗହଣା ରଖି ମଙ୍ଗଳସୂତ୍ର ଓ କାନଫୁଲ ନେଇ ପଳାଇଥିଲେ। ତେବେ ଏ ନେଇ ମହିଳା ଦ୍ୱାୟ ଥାନାରେ କୌଣସି ଅଭିଯୋଗ କରି ନଥିବା ଥାନା ସୂତ୍ରରୁ ଜଣାପଡ଼ିଛି।
ସଫେଇ ବାହାନାରେ ଠକିନେଲେ ସୁନା ଅଳଙ୍କାର
/sambad/media/post_attachments/wp-content/uploads/2018/02/aaeafa5a34c6b33b_P1150109.preview.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)