ନିଶା ଦେଇ ୨ ଜଣଙ୍କୁ ଲୁଟିଲେ

ଖଣ୍ଡଗିରି: ବେଙ୍ଗାଲୁରୁରୁ ପ୍ରଶାନ୍ତି ଏକ୍‌ସପ୍ରେସ୍‌ ଯୋଗେ ଭୁବନେଶ୍ୱର ଫେରୁଥିବା ୨ ଜଣଙ୍କୁ ପୁଣି ନିଶାଦିଆ ଲୁଟେରାମାନେ ଲୁଟିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ ମେଦିନୀପୁର ଷଡ଼ରଙ୍ଗର ଲକ୍ଷ୍ମଣ ସିଂହ (୨୭) ଓ ଯାଜପୁର କଳିଙ୍ଗନଗର ଥାନା କଇଥ ଅଞ୍ଚଳର ରାଜେଶ୍ୱର ସେଠୀ (୨୨)। ଦୁହିଁଙ୍କଠାରୁ ଲୁଟେରାମାନେ ୩ଜାର ଟଙ୍କା ଲେଖାଏଁ ଲୁଟି ନେଇଛନ୍ତି। ଲକ୍ଷ୍ମଣଙ୍କୁ ଗତ ୧ ତାରିଖ ରାତିରେ ଲୁଟ୍‌ କରିଥିବାବେଳେ ରାଜେଶ୍ୱର ଗତ ରାତିରେ ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ଲକ୍ଷ୍ମଣଙ୍କୁ ବାଲିଅନ୍ତା ଥାନା ଅନ୍ତର୍ଗତ ଏକ କାର୍‌ ସୋରୁମ୍‌ ନିକଟରେ ଫିଙ୍ଗି ଦେଇଥିବାବେଳେ ରାଜେଶ୍ୱରଙ୍କୁ ବିଜେବି ନଗର ଅଞ୍ଚଳରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ସ୍ୱେଚ୍ଛାସେବୀ ସଂଗଠନର ‘ସହାୟ’ ପକ୍ଷରୁ ସେମାନଙ୍କ ଚିକିତ୍ସା କରାଯିବା ପରେ ପରିବାର ଲୋକଙ୍କ ଜିମା ଦିଆଯାଇଛି।

ସମ୍ବନ୍ଧିତ ଖବର