ଦୁଇ ଯୁବକଙ୍କୁ ନିଶା ଦେଇ ଲୁଟ୍‌

ଭୁବନେଶ୍ୱର: କଳ୍ପନା ଛକ ନିକଟସ୍ଥ ହୋଟେଲ ପୁଷ୍ପକ କଡ଼ରୁ ବଡ଼ଗଡ଼ ଥାନା ପୁଲିସ ପିସିଆର ଭ୍ୟାନ୍‌ ଦୁଇ ଜଣ ଯୁବକଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଛି। ସେମାନେ ହେଲେ କଟକ ଜିଲ୍ଲା ଲାଲ୍‌ବାଗ ଥାନା ଅଞ୍ଚଳର ସୋମ୍‌ ଦେଓ ଓ ବୁବା ସାହୁ। ଉଭୟଙ୍କ ଚେତା ଫେରିବା ପରେ ସେମାନଙ୍କୁ କେହି ଦୁର୍ବୃତ୍ତ ନିଶା ଦେଇ ୨ହଜାର ଟଙ୍କା ନେଇଯାଇଥିବା ଯୁବକ ଦ୍ୱୟ କହଛନ୍ତି।

ସୂଚନା ମୁତାବକ, ରବିବାର ଅପରାହ୍ନ ସମୟରେ ସୋମ୍‌ ଓ ବୁବା ସଂଜ୍ଞାହୀନ ଅବସ୍ଥାରେ ହୋଟେଲ୍‌ ପୁଷ୍ପକ ସମ୍ମୁଖରେ ପଡ଼ି ରହିଥିଲେ। ସ୍ଥାନୀୟ ଅଞ୍ଚଳର ଲୋକମାନେ ପୁଲିସକୁ ଫୋନ୍‌ କରି ଏ ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଦ୍ୱୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର