ଭୁବନେଶ୍ୱର,: ଜଣେ ବ୍ୟକ୍ତିଙ୍କୁ ମାଡ଼ମାରି ଲୁଟ୍ କରିଥିବା ଅଭିଯୋରେ ଆଜି ନୂଆପଳ୍ଲୀ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ କାହ୍ନ ସାହୁ (୧୯)। ଘର ଖଣ୍ଡଗିରି ଥାନା ଅଧୀନ ଷ୍ଟୁଡିଓ ଛକରେ। ଗତ ୨୩ ତାରିଖ ବିଳମ୍ବିତ ରାତିରେ ସାଲିଆସାହି ଅଞ୍ଚଳର ସନ୍ତୋଷ ବେହେରା ଘରକୁ ଫେରୁଥିଲେ। ଏହି ସମୟରେ ଏକ ନିଛାଟିଆ ଜାଗାରେ କାହ୍ନ ଓ ତାର ଜଣେ ନାବାଳକ ସହଯୋଗୀ ବାଇକ୍ରେ ଆସି ମୋବାଇଲ ଫୋନ୍ ଓ କିଛି ଟଙ୍କା ଛଡ଼ାଇ ନେଇଥିଲେ। ଏନେଇ ସନ୍ତୋଷ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରିଥିଲା।
ଲୁଟେରା ଗିରଫ, ୬ ମୋବାଇଲ ଜବତ
/sambad/media/post_attachments/wp-content/uploads/2018/07/arrest-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)