ରେଳ ଷ୍ଟେସନରୁ ଲୁଟେରା ଗିରଫ

ଭୁବନେଶ୍ୱର: ରେଳ ଷ୍ଟେସନରୁ ଛନ୍‌ତାଇ କରୁଥିବା ବେଳେ ୩ ଜଣଙ୍କୁ ଜିଆରପି ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ, ଡେଲାଙ୍ଗର ସୁଶାନ୍ତ ପ୍ରଧାନ, ଗଞ୍ଜାମର ଶ୍ରୀକାନ୍ତ ତ୍ରିପାଠୀ ଓ ମୁନା ନାୟକ। ଆଜି ଅପରାହ୍‌ଣରେ ପଟ୍ଟାମୁଣ୍ଡାଇର ରାମଚନ୍ଦ୍ର ମଲ୍ଲିକ ପୁଣେ ଯିବା ପାଇଁ କୋଣାର୍କ ଏକ୍ସପ୍ରେସ୍‌କୁ ଅପେକ୍ଷା କରିଥିବା ବେଳେ ମୁନା ନାୟକ ତାଙ୍କ ବ୍ୟାଗ୍‌ ଛଡ଼ାଇ ଦଉଡ଼ିଥିଲା। ସେଠାରେ କାର୍ଯ୍ୟରତ ଆରପିଏଫ୍ ଯବାନମାନେ ତାକୁ କାବୁ କରିଥିଲେ। ସେହିଭଳି ସୋନପୁରର ଆକାଶ ବାରିକ ମୋବାଇଲ ଫୋନ୍‌ରେ କଥା ହେଉଥିବା ବେଳେ ସୁଶାନ୍ତ ତାଙ୍କ ବ୍ୟାଗ୍‌ ନେଇ ପଳାଇଥିଲା ଏବଂ ଶ୍ରୀକାନ୍ତଙ୍କୁ ‌ଦେଇ ଦେଇଥିଲା। ଆରପିଏଫ୍ ଯବାନମାନେ ସୁଶାନ୍ତକୁ ଧରିଥିଲେ।

ସମ୍ବନ୍ଧିତ ଖବର