ଭୁବନେଶ୍ୱର: ମୋବାଇଲ୍ ଚୋରି ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଶିଶୁପାଳଗଡ଼ ଅଞ୍ଚଳର ରାହୁଲ ଜେନା(୩୦)କୁ ଗିରଫ କରିଛି। କିଛିଦିନ ତଳେ ମାଷ୍ଟରକ୍ୟାଣ୍ଟିନ୍ ଅଞ୍ଚଳରେ ଯାଉଥିବା ଇମ୍ରାନ୍ ଖାଁ ନାମକ ଜଣେ ଯୁବକଙ୍କ ମୋବାଇଲ୍ ରାହୁଲ୍ ଛଡ଼ାଇ ନେଇଥିଲା। ଏନେଇ ଇମ୍ରାନ୍ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଇମ୍ରାନ୍ଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ ଜାରି ରଖିଥିଲା। ତେବେ ଆଜି ସକାଳ ସମୟରେ ରାହୁଲ ମୋବାଇଲ୍ଟିକୁ ଶ୍ରୀୟା ଟକିଜ୍ ଛକରେ ବିକିବା ପାଇଁ ଆସିଥିବାବେଳେ ପୁଲିସ ତା’କୁ ଗିରଫ କରିବା ସହ ମୋବାଇଲ୍ ଫୋନ୍ଟିକୁ ଜବତ କରିଥିଲା।
ଲୁଟେରା ଗିରଫ, ମୋବାଇଲ୍ ଜବତ
/sambad/media/post_attachments/wp-content/uploads/2017/12/arrest-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)