କଟକ: ଓଡ଼ିଶାରେ ଆତଙ୍କ ସୃଷ୍ଟି କରିଆସିଥିବା ଡେଙ୍ଗା-ଗେଡା ଗ୍ୟାଙ୍ଗର ଦୁଇ କାର୍ପଟଦାର ଜାଭେଦ୍ ଅଲ୍ଲି(୩୩) ଏବ˚ ସାଦିକ୍ ଅଲ୍ଲୀ(୩୪) ମାଲ୍ଗୋଦାମ ଥାନା ପୁଲିସ ହାତରେ ଧରାପଡ଼ିବା ପରେ ସତ ଓଗାଳିଛନ୍ତି। ଉଭୟ ମଧ୍ୟପ୍ରଦେଶ ସିଙ୍ଗିରାଲିର ବାସିନ୍ଦା ହୋଇଥିବା ବେଳେ ୫ ଜଣ ସଦସ୍ୟଙ୍କୁ ନେଇ ଗ୍ୟାଙ୍ଗ ଚଳାଉଥିଲେ। ସେମାନେ କେବଳ ଓଡ଼ିଶାରୁ ୭ ବର୍ଷ ଭିତରେ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ପୁଲିସ ପରିଚୟରେ ଲୁଟି ନେଇଥିବା କହିଛନ୍ତି। ଓଡ଼ିଶାରେ ସେମାନେ ପ୍ରାୟ ୨୦ରୁ ଅଧିକ ଅପରାଧ ଘଟାଇଥିବା କୁହାଯାଉଥିବା ବେଳେ ପୁଲିସ ହାତରେ ୧୫ଟି ରେକର୍ଡ ହସ୍ତଗତ ହୋଇଛି। ପଡେ଼ାଶୀ ପଶ୍ଚିମବଙ୍ଗ ଏବ˚ ବିହାରରେ ମଧ୍ୟ ସେମାନେ ଆତଙ୍କ ସୃଷ୍ଟି କରିଥିଲେ। ଯଦିଓ ନିଜ ରାଜ୍ୟ ମଧ୍ୟପ୍ରଦେଶରେ ଧରାପଡ଼ିବା ଭୟରେ ଅଧିକ ସ˚ଖ୍ୟାରେ ଅପରାଧ ଘଟାଇ ନାହାନ୍ତି, କିନ୍ତୁ ସେମାନେ ଓଡ଼ିଶାକୁ ଅଧିକ ସୁରକ୍ଷିତ ଭାବୁଥିବା ସ୍ବୀକାର କରିଛନ୍ତି। ଉଭୟଙ୍କ ନିକଟରୁ ପୁଲିସ ସୁନା ଅଳଙ୍କାର ଜବତ କରି ନଥିବା ବେଳେ ଫେରାର ଅନ୍ୟ ୩ ସହଯୋଗୀ ସମସ୍ତ ଅଳଙ୍କାର ରଖିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। କଟକରେ ମର୍କତନଗର , ଫେଜ୍-୨, କ୍ୟାଣ୍ଟନ୍ମେଣ୍ଟ ଥାନାରେ ୮ଟି ମାମଲା, ଭୁବନେଶ୍ବରରେ ନୟାପଲ୍ଲୀ, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି ଥାନାରେ ୫ଟି ମାମଲା ଏବ˚ ପୁରୀ କୁମ୍ଭାରପଡ଼ାରେ ଗୋଟିଏ ମାମଲା ବର୍ତ୍ତମାନ ସୁଦ୍ଧା ରୁଜୁ ହୋଇଥିବା ଜଣାପଡ଼ିଛି।
ସତ ଓଗାଳିଲେ ‘ଡେଙ୍ଗା-ଗେଡା’ ଓଡ଼ିଶାରୁ ଲୁଟିଛନ୍ତି ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା
ମଧ୍ୟପ୍ରଦେଶରେ ବଣିଆକୁ ଖୋଜୁଛି ପୁଲିସ ପଶ୍ଚିମବଙ୍ଗ, ବିହାରରେ ବି କରିଛନ୍ତି ଲୁଟପାଟ
/sambad/media/post_attachments/wp-content/uploads/2019/06/Untitled-17-8.jpg)