ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ପୁଲିସ ଆଜି ଜଣେ ଲୁଟେରାକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଜଗତସିଂହପୁର ନାଉଗାଁ ଅଞ୍ଚଳର ମୁନ୍ନା ଓରଫ ସଞ୍ଜିତ କୁମାର ରାୟ (୨୯)। ସେ ରସୁଲଗଡ଼ର ଶବର ସାହିରେ ରୁହେ। ପୁଲିସ ତାଠୁ ୨ଲାପ୍ଟପ୍ ଓ ୫ ମୋବାଇଲ୍ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ ଗତ ୭ତାରିଖରେ ବଡ଼ଗଡ଼ ଗ୍ରାମରେ ଏକ ମେସ୍ରେ ରହୁଥିବା ଦୁଇ ଜଣ ଯୁବକଙ୍କ ମୋବାଇଲ୍ ଲୁଟ୍ କରିଥିଲେ।
ଲୁଟେରା ଗିରଫ, ୨ ଲାପ୍ଟପ୍, ୫ ମୋବାଇଲ୍ ଜବତ
/sambad/media/post_attachments/wp-content/uploads/2018/02/arrested-6.jpg)