ଭୁବନେଶ୍ବର: ସହିଦନଗର ଥାନା ପୁଲିସ ଜଣେ ଲୁଟେରାକୁ ଗିରଫ କରିଛି। ପୁଲିସ ତା’ଠାରୁ ୨ଟି ମୋବାଇଲ୍, ଇୟର ଫୋନ୍ ଓ କେତେକ ଆସେସୋରିଜ୍ ଜବତ କରିଛି। ସେ ହେଲା, କେନ୍ଦୁଝର ଜିଲ୍ଲା ମାଧପୁର ଅଞ୍ଚଳର ଏମ୍ଡି ଅତିଫ୍(୨୫)। ପୁଲିସ ସୂଚନା ମୁତାବକ, ରବିବାର ଦିନ ପ୍ରାୟ ୧୨ଟାରେ ଅତିଫ୍ ଏସ୍ପ୍ଲାନେଡ୍ ମଲ୍ରେ ଥିବା ବିଶ୍ବଜିତ୍ ରାୟଙ୍କ ମୋବାଇଲ୍ ଷ୍ଟୋରକୁ ଯାଇଥିଲା। ଏହି ସମୟରେ ସେଠାରେ ଗହଳିର ସୁଯୋଗ ନେଇ ସେ ସେଠାରୁ ୨ଟି ମୋବାଇଲ୍ ଓ କେତେକ ଆସେସୋରିଜ୍ ମଧ୍ୟ ନେଇଯାଉଥିଲା। ତେବେ ଅତିଫ୍ ମୋବାଇଲ୍ ନେଇ ଖସି ପଳାଇବାକୁ ଉଦ୍ୟମ ବେଳେ ଜଣେ କର୍ମଚାରୀ ତାକୁ ଧରି ପକାଇଥିଲେ। ତୁରନ୍ତ ପୁଲିସକୁ ଫୋନ୍ କରି ଘଟଣା ବିଷୟରେ ଜଣାଇଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରିବା ସହ ମୋବାଇଲ୍ ଓ ଆସେସରିଜ୍ ଜବତ କରିଥିଲା।
ଲୁଟେରା ଗିରଫ, ୨ ମୋବାଇଲ୍ ଫୋନ୍ ଜବତ
/sambad/media/post_attachments/wp-content/uploads/2019/09/arrests1.jpg)