ଜଟଣୀ: ଜଟଣୀ ଖୋର୍ଧା ରାସ୍ତାରେ ଆତଙ୍କ ଖେଳାଇ ଦେଇଥିବା ୨ ଜଣ କୁଖ୍ୟାତ ଚେନ୍ ଲୁଟେରାଙ୍କୁ ଜଟଣୀ ଥାନା ପୁଲିସ ମଙ୍ଗଳବାର ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଗଡ଼ଖୋର୍ଧା ହାଉସିଂବୋର୍ଡ କଲୋନିର ଚନ୍ଦନ ନାଏକ ଓରଫ୍ ବାଳୁଆ(୨୩) ଓ ବାଙ୍କୀ ତାଳବସ୍ତର ଆଲୋକ ଦଳବେହେରା ଓରଫ୍ ବୁଲୁ(୨୭)। ପୁଲିସ ସେମାନଙ୍କଠାରୁ ୯ଟି ସୁନାଚେନ୍ ଓ ଗୋଟିଏ ବାଇକ୍ ଜବତ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ଗତ ମାସ ୯ ତାରିଖ ଓ ୧୧ ତାରିଖରେ ଏହି ଦୁଇ ଲୁଟେରା ଜଟଣୀ-ଖୋର୍ଧା ରାସ୍ତାରେ ଦୁଇ ଜଣ ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲ। ଲଗାତାର ଦୁଇ ଦୁଇଟି କାଣ୍ଡ ଘଟାଇବା ପରେ ଜଟଣୀ ଥାନା ପୁଲିସର ନିଦ ହଜି ଯାଇଥିଲା। ଏହା ପୂର୍ବରୁ ଏହି ରାସ୍ତାରେ ଜଣେ ବାଇକ୍ ଆରୋହୀ ଏମାନଙ୍କ ଶିକାର ପାଲଟି ଯାଇଥିଲେ। ତେଣୁ ଜଟଣୀରେ ଏହି ଯୋଡ଼ି ସକ୍ରିୟ ଥିବା ଜାଣି ପୁଲିସ କଡ଼ାକଡ଼ି ପାଟ୍ରୋଲିଂ କରିଥିଲା ଓ ପୁଲିସ ଜାଲରେ ସେମାନେ ପଡ଼ି ଯାଇଥିଲେ। ପୁଲିସ ସୂଚନାନୁସାରେ, ଏମାନେ ଲୁଟୁଥିବା ଚେନ୍କୁ ନେଇ ମଣପୁରମ୍, ମୁଥୁଟ୍ ଓ ଆଇଆଇଏଫ୍ଏଲ୍ ଭଳି ଘରୋଇ ଫାଇନାନ୍ସିଂ ସଂସ୍ଥାରେ ବନ୍ଧକ ରଖନ୍ତି। ପୁଲିସ ସେମାନଙ୍କଠାରୁ ଗୋଟିଏ ସୁନାଚେନ୍ ଜବତ କରିଥିବା ବେଳେ ବନ୍ଧକ ଥିବା ୮ଟି ଚେନ୍କୁ ଏକ ଘରୋଇ ଫାଇନାନ୍ସ ସଂସ୍ଥାରୁ ଜବତ କରିଛି।
ଦୁଇ କୁଖ୍ୟାତ ଚେନ୍ ଲୁଟେରା ଗିରଫ ୯ ସୁନାଚେନ୍ ଜବତ
/sambad/media/post_attachments/wp-content/uploads/2018/12/arrest09.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)