ଭୁବନେଶ୍ବର: ଜଣେ ଯୁବକଙ୍କୁ ଆକ୍ରମଣ କରି ଲୁଟ୍ପାଟ୍ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ମାଳିସାହି ମସ୍ଜିଦ୍ କଲୋନି ଅଞ୍ଚଳର ଆଲାମିନ୍ ଖାନ୍(୨୨)କୁ ଗିରଫ କରିଛି। ଶନିବାର ଭୋର୍ ସାଢ଼େ ୫ଟାରେ ବାଲିପାଟଣା ପଦ୍ମପୁର ଅଞ୍ଚଳର ଜଗନ୍ନାଥ ସେଠୀ ନାମକ ଜଣେ ଯୁବକ ତାମିଲନାଡୁ ଯିବା ପାଇଁ ମାଷ୍ଟରକ୍ୟାଣ୍ଟିନ୍ସ୍ଥିତ ରେଳ ଷ୍ଟେସନକୁ ଆସୁଥିଲେ। ରିଲାଏନ୍ସ ଫ୍ରେସ୍ ନିକଟରେ ଆଲାମିନ୍ ଓ ତା’ର ୩ ସହଯୋଗୀ ତାଙ୍କୁ ଅଟକାଇଥିଲେ। ଜଗନ୍ନାଥ କିଛି ବୁଝିବା ପୂର୍ବରୁ ସେମାନେ ଆକ୍ରମଣ କରି ୨ଟି ମୋବାଇଲ୍ ଫୋନ୍ ଓ ୪ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏହି ସମୟରେ ସେଠାରେ ପାଟ୍ରୋଲିଂରତ ପୁଲିସ ସେଠାକୁ ଯିବାରୁ ଲୁଟେରାମାନେ ଫେରାର୍ ହୋଇଯାଇଥିଲେ। କିନ୍ତୁ ଆଲାମିନ୍ ପୁଲିସ ହାତରେ ଧରା ପଡ଼ିଯାଇଥିଲା।
ଯୁବକଙ୍କୁ ଆକ୍ରମଣ କରି ଲୁଟ୍: ଲୁଟେରା ଗିରଫ, ମୋବାଇଲ୍ ଜବତ
/sambad/media/post_attachments/wp-content/uploads/2019/07/loot-1.jpg)