ଦୋକାନ ସଟର୍‌ ତାଡ଼ି ଚୋରି, ଜଣେ ଗିରଫ

ଖଣ୍ଡଗିରି : ସ୍ଥାନୀୟ ଜାଗମରା ବଜାରସ୍ଥିତ ଏକ ଦୋକାନର ସଟର ତାଡ଼ି ଚୋରି କରିଥିବା ଅଭିଯୋଗରେ ବୁଧବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ୟୁନିଟ୍‌-୩ ପ୍ରେସ୍‌ କଲୋନିର ଅମିତ୍‌ ବାରିକ(୨୯)। ପୁଲିସ ତା’ଠାରୁ ଏକ ଚୋରି ମୋବାଇଲ୍‌ ଜବତ କରିଛି। ପୁଲିସ ସୂଚନାନୁସାରେ ଗତ ସପ୍ତାହରେ ଜାଗମରା ବଜାରରେ ଥିବା ଆଇରନ୍‌ ବକ୍ସ ତିଆରି ଦୋକାନରୁ ଦୁର୍ବୃତ୍ତମାନେ ସଟର ତାଡ଼ି ଚୋରି କରିଥିଲେ। ୧୨ ହଜାର ଟଙ୍କା ଓ ଗୋଟେ ମୋବାଇଲ୍‌ ଫୋନ୍‌ ସେଟ୍‌ ଚୋରି ହୋଇଥିଲା ବୋଲି ମାଲିକ ଭୀମସେନ ଲେଙ୍କା ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର