ଫେରାର୍‌ ଲୁଟେରା ଗିରଫ ସୁନା, ବାଇକ୍‌ ଜବତ

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌

ଭୁବନେଶ୍ୱର : ଦୀର୍ଘ ବର୍ଷକ ପରେ ଫେରାର୍‌ ଥିବା ଜଣେ ଡକାୟତକୁ କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ଵାଡ୍‌ ଗିରଫ କରିଛି। ସେ ହେଲା କଟକ ଜିଲ୍ଲା ନିଆଳି ଅଞ୍ଚଳର ଅନୀଲ ସାହୁ ଓରଫ ବୁଲୁ(୨୭)। ପୁଲିସ ସୂଚନା ମୁତାବକ, ୨୦୧୬ ମସିହା ନଭେମ୍ବର ୨୪ ତାରିଖରେ ଅଶ୍ୱିନୀ କୁମାର ଅଗ୍ରଓ୍ଵାଲ୍‌ ନାମକ ଜଣେ ବ୍ୟବସାୟୀ ପୁରୀରୁ କଟକ ଯାଉଥିଲେ। ସେ ଜଗନ୍ନାଥରୋଡ୍‌ ବାଇପାସ୍‌ରେ ଯାଉଥିବା ସମୟରେ ବୁଲୁ ତାଙ୍କୁ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ନେଇଯାଇଥିଲା। ଏନେଇ ଅଶ୍ୱିନୀ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଆଜି କମିସନରେଟ୍‌ ପୁଲିସର ସ୍ପେସାଲ ସ୍କ୍ଵାଡ୍‌ ବୁଲୁକୁ ନିଆଳି ଅଞ୍ଚଳରୁ ଗିରଫ କରିବା ସହ ତାଠାରୁ ୩୦ ଗ୍ରାମ ଓଜନର ସୁନାହାର, ମୁଦି ଓ ବାଇକ୍‌ ଜବତ କରିଛି। ସ୍ପେସାଲ ସ୍କ୍ଵାଡ୍‌ ବୁଲୁକୁ ସହିଦନଗର ଥାନାକୁ ହସ୍ତାନ୍ତର କରିଛି। ସହିଦନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ବୁଲୁକୁ କୋର୍ଟ ଚାଲାଣ କରିିଛି। ବୁଲୁ ନାଁରେ ପୁରୀ, କଟକ, ଖୋର୍ଧା ନୟାଗଡ଼ ଆଦି ବିଭିନ୍ନ ଜିଲ୍ଲାରେ ଡକାୟତି, ଲୁଟ୍‌ପାଟ୍‌ ଭଳି ଏକାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର