୭ ବର୍ଷ ପରେ ଧରା ପଡ଼ିଲା ଅଭିଯୁକ୍ତ; ଏକ ବର୍ଷରେ କରିଥିଲା ୩ଟି ବିବାହ, କିଏ ବ୍ୟାଙ୍କ ମ୍ୟାନେଜର ତ କିଏ ଥିଲେ ନର୍ସ

ନୋଏଡ଼ା : ୭ ବର୍ଷ ହେଲାଣି ୩ଟି ରାଜ୍ୟର ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଅପରାଧ କରି ଚାଲିଥିଲେ ଅଭିଯୁକ୍ତ । ଅଭିଯୁକ୍ତ ଏବଂ ତାଙ୍କର ଭଉଣୀ ମିଶି କୋଟି କୋଟି ଟଙ୍କା ଠକି ନେବା ସହ ଅନେକ ମହିଳାଙ୍କୁ ବିବାହ କରିଥିଲେ ଅଭିଯୁକ୍ତ । ୭ ବର୍ଷର ଉଦ୍ୟମ ପରେ ଶୁକ୍ରବାର ନୋଏଡ଼ା ପୁଲିସ ଅଭିଯୁକ୍ତ ତରୁଣ ଶର୍ମା ଏବଂ ତାଙ୍କ ଭଉଣୀ ଦୁର୍ଗାଂଶୁ ଶର୍ମାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ତରୁଣ ଶର୍ମା ମେରଠ,ନୋଏଡ଼ା,ଚଣ୍ଡିଗଡ଼,ଭୋପାଲ ଏବଂ ଇନ୍ଦୋରରେ ଅନେକ ମହିଳାଙ୍କୁ ବିବାହ କରି କୋଟି କୋଟି ଟଙ୍କା ଠକି ନେଇଥିଲେ । ଏହା ସହ ତରୁଣ ଅଧିକ ଟଙ୍କା ରୋଜଗାର ଆଶାରେ ଗୋଟିଏ ବର୍ଷରେ ୩ଥର ବିବାହ କରିଥିବା ମଧ୍ୟ ଜଣାପଡ଼ିଛି । ପ୍ରଥମେ ଅପ୍ରେଲ ୨୦୧୭ରେ ତରୁଣ ଜଣେ ନର୍ସଙ୍କୁ ବିବାହ କରିଥିବା ବେଳେ ୪ମାସ ପରେ ୪୦ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ । ଏହା ପରେ ୨୦୧୮ରେ ଭୋପାଲର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ନିଜ ଜାଲରେ ଫସାଇ ବିବାହ କରିଥିଲେ ତରୁଣ ।

Focus on the Family

ତାଙ୍କ ଠାରୁ ୮-୧୦ଲକ୍ଷ ଟଙ୍କା ନେଇ ମେ ୨୦୧୮ରେ ତରୁଣ ନିଜ ଭଉଣୀ ସହ ଫେରାର ହୋଇ ଯାଇଥିଲେ । ଏ ନେଇ ଅଭିଯୋଗ ହୋଇଥିଲେ ମଧ୍ୟ ସେମାନଙ୍କ ପତ୍ତା ଲଗାଇ ପାରୁ ନଥିଲା ପୁଲିସ । ଶେଷରେ ଶୁକ୍ରବାର ତୃତୀୟ ସ୍ତ୍ରୀଙ୍କଠାରୁ କୋଟିଏ ଟଙ୍କା ନେଇ ଫେରାର ହେବାକୁ ବସିଥିବା ବେଳେ ନୋଏଡ଼ାର ସେକ୍ଟର-୭୧ରେ ପହଞ୍ଚିବା ପରେ ପୁଲିସ ଦୁଇ ଭାଇ-ଭଉଣୀଙ୍କୁ ଗିରଫ କରିଥିଲା । ଏହି ଠକେଇ ତରୁଣ ଏବଂ ତାଙ୍କୁ ଭଉଣୀ ୭ବର୍ଷ ହେଲା କରି ଆସୁଥିଲେ । ଅନେକ ମହିଳାଙ୍କୁ ଠକି ବିବାହ କରିବା ସହ ତାଙ୍କଠାରୁ ଟଙ୍କା ଆଣି ଅନ୍‌ଲାଇନ୍‌ ସପିଂ ସାଇଟ୍‌ ଏବଂ ନ୍ୟୁଜ୍‌ ପୋର୍ଟାଲ ମଧ୍ୟ ଖୋଲିଥିଲେ ତରୁଣ । ଏତେ ସବୁ କରି ପୁଲିସ ୭ ବର୍ଷର ଉଦ୍ୟମ ପରେ ଶୁକ୍ରବାର ଗିରଫ କରିବାରେ ସଫଳ ହୋଇ ପାରିଛି ।

ସମ୍ବନ୍ଧିତ ଖବର