ଭୁବନେଶ୍ୱର: କ୍ୟାପିଟାଲ ଥାନା ପୁଲିସ ଏକ ଲୁଟେରା ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୧୨ଟି ମୋବାଇଲ୍ ଓ ଗୋଟିଏ ବାଇକ୍ ଜବତ କରିଛି। ସେମାନେ ହେଲେ, ଖଣ୍ଡଗିରି ଗଣ୍ଡମୁଣ୍ଡା ବସ୍ତିର ଅଶୋକ ଦୁବେ ଓରଫ ଅଶାନ୍ତି (୨୫) ଓ ତାରିଣୀବସ୍ତିର ଭାଗ୍ୟବନ୍ତ ମିଶ୍ର ଓରଫ ଟୁକୁ (୧୮)। ପୁଲିସ ସୂଚନା ମୁତାବକ, ଗତ ସୋମବାର ସନ୍ଧ୍ୟାରେ ନାରାୟଣ ଦାସ ନାମକ ଜଣେ ଯୁବକ ଶିଶୁଭବନ ଛକରୁ ମଞ୍ଚେଶ୍ୱରସ୍ଥିତ ଘରକୁ ଫେରୁଥିଲେ। ଶିଶୁଭବନ ରୋଡ୍ରେ ଯାଉଥିବା ସମୟରେ ତାଙ୍କୁ ଅଶୋକ ଓ ଟୁକୁ ପିଛା କରିଥିଲେ। କିଛି ବାଟ ପିଛା କରିବା ପରେ ଉଭୟ ନାରାୟଣଙ୍କୁ ଅଟକାଇ ମାଡ଼ ମାରିବା ସହ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଏନେଇ ନାରାୟଣ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ମୋବାଇଲ୍ ଟ୍ରାକିଂ କରି ପୁଲିସ ବୁଧବାର ରାତିରେ ପୁଲିସ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା।
ଲୁଟେରା ଗ୍ୟାଙ୍ଗ ଠାବ, ୨ ଗିରଫ
/sambad/media/post_attachments/wp-content/uploads/2018/06/arrested-person-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)