ଚନ୍ଦ୍ରଶେଖରପୁର : ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାରେ ଥିବା ଏକ ରେଳଡବା ମଧ୍ୟରୁ ଆଜି ଜଣେ ଅପରିଚିତ ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଶବଟିର ମୁଣ୍ଡ ଫ୍ୟାନ୍ରେ ଝୁଲୁଥିବା ବେଳେ ଶରୀର ଛିଣ୍ଡି ତଳେ ପଡ଼ିଥିଲା। ଶବଟି ସମ୍ପୂର୍ଣ୍ଣ ଭାବରେ କଳା ପଡ଼ିଯାଇଥିବା ବେଳେ ପୋକ ସାଲୁବାଲୁ ଅବସ୍ଥାରେ ମିଳିଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ପୁଲିସ୍ ପକ୍ଷରୁ କୁହାଯାଉଛି। ମାତ୍ର ଶବଟି ଦୀର୍ଘ ଦିନ ହେବ ସେହି ବଗିରେ ରହିଥିବା ସନ୍ଦେହ କରାଯାଉଛି। ଆଜି ମରାମତି ନିମନ୍ତେ ସେହି ବଗିକୁ କିଛି ଶ୍ରମିକ ଗଲା ପରେ ଝୁଲନ୍ତା ଅବସ୍ଥାରେ ମୁଣ୍ଡ ଓ ତଳେ ପୋକ ସାଲୁବାଲୁ ଶରୀର ଦେଖି ତୁରନ୍ତ ବିଭାଗୀୟ ଅଧିକାରୀ ଓ ଆରପିଏଫ୍ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ପରେ ଜିଆର୍ପି ଓ ମଞ୍ଚେଶ୍ୱର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରଦୀପ ସେବା ଟ୍ରଷ୍ଟ ସଭ୍ୟଙ୍କ ସହାୟତାରେ ପୁଲିସ୍ ଶବକୁୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା। ଏହି ଅପରିଚିତ ଶବ ଉଦ୍ଧାର ନେଇ ମଞ୍ଚେଶ୍ୱର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମାତ୍ର ଏହି ଘଟଣା ଆତ୍ମହତ୍ୟା ଜନିତ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଆରପିଏଫ୍ ଅଧିକାରୀଙ୍କ ଅବହେଳାରୁ ଜଣେ ଅପରିଚିତ ବ୍ୟକ୍ତିଙ୍କ ପ୍ରାଣ ଯାଇଥିବା ଚର୍ଚ୍ଚା ହେଉଛି।
ଘଟଣା ଅନ୍ତରାଳେ
ପ୍ରାୟ ଦେଢ଼ ମାସ ତଳେ ଦିନେ ଅପରାହଣ୍ରେ ଜଣେ ଅପରିଚିତ ଯୁବକ ନିଶା ଦିଆ ଲୁଟେରାଙ୍କ ଶିକାର ହୋଇ ମଞ୍ଚେଶ୍ୱର ରେଳେଓ୍ଵ ଷ୍ଟେସନ୍ରେ ଅଚେତ ଅବସ୍ଥାରେ ପଡ଼ିଥିବା ମିଳିଥିଲେ। ତାଙ୍କ ନିକଟରେ ଏକ ଲଗେଜ୍ ପଡ଼ିଥିଲା। ଯୁବକ ଜଣଙ୍କ ବାହାର ରାଜ୍ୟର ହୋଇଥିବା ସ୍ଥାନୀୟ ଲୋକେ ଅନୁମାନ କରି ତାଙ୍କୁ ହସ୍ପିଟାଲ୍ ନେବାପାଇଁ ଆରପିଏଫ୍ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍ ଘଟଣାକୁ ଗୁରୁତ୍ୱ ଦେଇ ନଥିଲା। ବିଳମ୍ବିତ ରାତି ହେବାରୁ ସେହି ଅଚେତ ଯୁବକଙ୍କୁ କିଛି ଅସାମାଜିକ ଲୋକ ପ୍ଲାଟ୍ଫର୍ମ ୧ରେ ରଖାଯାଇଥିବା ଏକ ବଗି ଭିତରକୁ ନେଇଯାଇଥିବା ସ୍ଥାନୀୟ ଲୋକ ଦେଖିଥିବା ସୂଚନା ଦେଇଛନ୍ତି। ମାତ୍ର ପୁଲିସ୍ ସେହି ଅପରିଚିତ ଯୁବକଙ୍କ କୌଣସି ଖବର ନେଇ ନଥିଲା। କିଛି ଦିନ ପରେ ସ୍ଥାନୀୟ ଲୋକ ସେହି ବଗି ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଷ୍ଟେସନ ମାଷ୍ଟର ଓ ଆରପିଏଫ୍ ପୁଲିସ୍କୁ ଖବର ଦେଇଥିଲେ। ମାତ୍ର କୌଣସି ପଦକ୍ଷେପ ନିଆଯାଇ ନଥିଲା। ପରେ ଆଜି ସେହି ବଗି ମରାମତି ପାଇଁ ରେଳଡବା କାରଖାନା ଭିତରକୁ ଗଲାପରେ ଗଳିତ ଶବ ଉଦ୍ଧାର ହୋଇଥିଲା। ଏହି ଶବ ସେହି ଅପରିଚିତ ଯୁବକଙ୍କର ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି। ପୁଲିସ୍ର ଅବହେଳା କାରଣରୁ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଥିବା ଓ ବହୁ ବିଳମ୍ବରେ ଶବ ଉଦ୍ଧାର ହୋଇଥିବା ଅଭିଯୋଗ ହୋଇଛି। ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ି ଏମିତି ଘଟଣା ବାରମ୍ବାର ହେଉଥିଲେ ସୁଦ୍ଧା ରେଲ୍େଓ୍ଵ ପୁଲିସ୍ ନିର୍ବିକାର ହୋଇ ବସିଛି। ଏମିତି ଘଟଣା ମଞ୍ଚେଶ୍ୱର ନିକଟ କାଳିକ୍ଷମା ପୋଲ ନିକଟରେ ପୂର୍ବରୁ ଅନେକ ଥର ଘଟିଥିଲେ ମଧ୍ୟ ଆର୍ପିଏଫ୍ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/madhu-dead-budy.jpg)