ଭୁବନେଶ୍ବର: ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ମହିଳା ଥାନା ପୁଲିସ ବାଲିଅନ୍ତା ଥାନା ଧବଳବନ୍ଧ ଅଞ୍ଚଳର ସୁଶାନ୍ତ ନାଥ(୨୨)ଙ୍କୁ ଗିରଫ କରିଛି। ସେ ରସୁଲଗଡ଼ ଅଞ୍ଚଳରେ ଅଟୋ ଚଳାନ୍ତି। ପୁଲିସ ସୂଚନା ମୁତାବକ, ୬ ମାସ ତଳେ ସୁଶାନ୍ତ ମଞ୍ଚେଶ୍ବରରୁ ଜଣେ ଯୁବତୀଙ୍କୁ ନିଜ ଅଟୋରେ ନେଇ ଏୟାରପୋର୍ଟ ଅଞ୍ଚଳରେ ଛାଡ଼ିଥିଲେ। ଯୁବତୀଜଣଙ୍କ ମେଞ୍ଚଶ୍ବରର ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ସବୁଦିନ ଅଟୋରେ ଯିବା ଆସିବା କରିବାକୁ ପଡ଼ୁଥିବାରୁ ସେ ସୁଶାନ୍ତଙ୍କ ନମ୍ବର ନେଇଥିଲେ। ବିଭିନ୍ନ ସମୟରେ ସୁଶାନ୍ତଙ୍କୁ ଫୋନ୍ କରି ଅଟୋରେ ଅଫିସ୍ରୁ ଯିବା ଆସିବା କରୁଥିଲେ। ଏଥିରୁ ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। କିଛି ଦିନ ପରେ ସୁଶାନ୍ତ ଯୁବତୀଙ୍କୁ ପ୍ରେମ ନିବେଦନ କରିିବାରୁ ଯୁବତୀ ରାଜି ହୋଇଯାଇଥିଲେ। ପରେ ବିବାହ କରିବାର ପ୍ରତିଶ୍ରୁତି ଦେଇ ସୁଶାନ୍ତ ତାଙ୍କ ସହ ବହୁବାର ଶାରୀରିକ ସମ୍ପର୍କ ରଖିଥିଲା। ତେବେ ଯୁବତୀଜଣଙ୍କ ବିବାହ ପାଇଁ କହିବାରୁ ସୁଶାନ୍ତ ଆଉ ଧରାଛୁଆଁ ଦେଇ ନଥିଲା। ଏନେଇ ଯୁବତୀଜଣଙ୍କ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ବୁଧବାର ରାତିରେ ପୁଲିସର ଏକ ଟିମ୍ ବଲିଅନ୍ତାସ୍ଥିତ ଘରେ ଚଢ଼ଉ କରି ସେଠାରୁ ସୁଶାନ୍ତକୁ ଗିରଫ କରିଥିଲା। ଆଜି ତାକୁ ଥାନାକୁ ଆଣି ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି।
ଯୁବତୀଙ୍କୁ ପ୍ରତାରଣା, ଯୁବକ ଗିରଫ
/sambad/media/post_attachments/wp-content/uploads/2018/09/Arrest_8476.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)