ଏପଟେ ଝିଅର ବିବାହ ପାଇଁ ଘରେ ଚାଲିଥିଲା ପ୍ରସ୍ତୁତି, ସେପଟେ ପ୍ରେମିକ ସହ ଦଉଡ଼ି ଦେଲା କନ୍ୟା 

କନ୍ରୋଜ: ଉତ୍ତରପ୍ରଦେଶର  କନ୍ରୋଜରେ ଜଣେ ଯୁବକ ଓ ଯୁବତୀଙ୍କ ଶବ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀଯୁଗଳଙ୍କ ଶବକୁ ଉଦ୍ଧାର କରି ଯାଞ୍ଚ ଆରମ୍ଭ କରିଛି।

ସୂଚନାଯୋଗ୍ୟ,  କନ୍ରୋଜ ଇନ୍ଦରଗଡ଼ ଥାନା ଅଞ୍ଚଳର ରେହୁଆ ଗ୍ରାମରେ ରହୁଥିବା ମୁନ୍ନା ଲାଲ ତାଙ୍କର ଦୁଇ ଝିଅଙ୍କ ବିବାହ ଏପ୍ରିଲ ୧୬ ତାରିଖରେ ସ୍ଥିର କରିଥିଲେ। ବଡ଼ ଝିଅର କ୍ରାନ୍ତିର ବିବାହ ସଞ୍ଜିତ ଓ ସାନ ଝିଅ କୋମଲର ବିବାହ ରଛପାଲଙ୍କ ସହିତ ସ୍ଥିର ହୋଇଥିଲା। ଘରେ ବିବାହ ପାଇଁ ଜୋରସୋର ପ୍ରସ୍ତୁତି ଚାଲିଥିଲା ବେଳେ କ୍ରାନ୍ତି ଓ ତାର ପ୍ରେମିକ ଦୀପୁର ଶବ ଗଛରେ ଝୁଲୁଥିବା ଅବସ୍ଥାରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏହାପରେ ପୁଲିସକୁ ଖବର ଦେଇଥିଲେ। କ୍ରାନ୍ତିର ମୃତ୍ୟୁକୁ ନେଇ ଗ୍ରାମରେ ଶୋକକୂଳ ପରିବେଶ ଦେଖା ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ, କ୍ରାନ୍ତି ଓ ଦୀପୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ତେଣୁ କ୍ରାନ୍ତିର ବିବାହ ଅନ୍ୟତ୍ର ଠିକ୍‌ ହୋଇଯିବା ହେତୁ ଦୁହେଁ ଏଭଳି ପଦକ୍ଷେପ ନେଇଛନ୍ତି। ପୁଲିସ ଦୁହିଁଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧିତ ଖବର