ଲଭ ସେକ୍ସ ଧୋକା : ପ୍ରତାରକ ପ୍ରେମିକ ଗିରଫ

ଭୁବନେଶ୍ୱର : ଜଣେ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ପରେ ପ୍ରତାରଣା କରିଥିବା ଏବଂ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ୍‌ କରିବା ସହ ଯୁବତୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ପୁଲିସ ଆଜି ଫାୟାରଷ୍ଟେସନ୍‌ ସ୍ଥିତ ଜଗନ୍ନାଥନଗର ଲେନ୍‌-୧୦ର କଳ୍ପତରୁ ସାହୁ ନାମକ ଜଣେ ଯୁବକକୁ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ, ଗତ ୨୦୧୪ ମସିହାରେ କଳ୍ପତରୁଙ୍କ ସହ ଯୁବତୀଙ୍କ ଭେଟ ହୋଇଥିଲା। ଆଉ ଯୁବତୀଙ୍କୁ ନିଜ ପାଲରେ ପକାଇବା ପାଇଁ କଳ୍ପତରୁ ବିଭିନ୍ନ ସମୟରେ ଯୁବତୀ ଘରକୁ ଆସି ପାଠ ପଢ଼ିବା ଓ ନୋଟ୍‌ ନେବା ଆଳରେ ନିକଟତର ହେବାରେ ଲାଗିଥିଲା। ତେବେ ୨୦୧୪ ମସିହା ମେ’ ୧୧ ତାରିଖରେ ଯୁବତୀଙ୍କ ଘରେ କେହି ନ ଥିବା ସୁଯୋଗରେ କଳ୍ପତରୁ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। କିଛିଦିନ ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ତେଣୁ ଯୁବତୀ ଜଣଙ୍କ ବିବାହ କରିବା ପାଇଁ କଳ୍ପତରୁଙ୍କୁ କହିଥିଲେ। ହେଲେ କଳ୍ପତରୁ ଚତୁରତାର ସହ ପରେ ବିବାହ କରିବ କହି ଯୁବତୀଙ୍କ ଗର୍ଭନଷ୍ଟ କରିଥିଲା। ତେବେ ଯୁବତୀ ଜଣକ ବିବାହ ପାଇଁ ଜିଦ୍‌ ଧରିବାରୁ କଳ୍ପତରୁ ତାଙ୍କୁ ହତ୍ୟା ଧମକ ଦେବା ସହ ତାଙ୍କ ପାଖରେ ଥିବା ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ କରିଦେବ ବୋଲି ଧମକ ଦେଇଥିଲା। ଶେଷରେ ଉପାୟଶୂନ୍ୟ ହୋଇ ଯୁବତୀ ନିଜ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। ଏନେଇ ଶନିବାର ଦିନ ଯୁବତୀଙ୍କ ପରିବାର ଲୋକ ନୂଆପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିିସ କଳ୍ପତରୁକୁ ଗିରଫ କରି ଥାନାରେ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର