ଲୁଟ୍‌ର ଶିକାର ହେଲେ ପ୍ରେମୀଯୁଗଳ

ଚନ୍ଦ୍ରଶେଖରପୁର: ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଭୁବନେଶ୍ୱର ନନ୍ଦନକାନନ ରାସ୍ତାରେ ରଘୁନାଥପୁର ବ୍ରିଜ୍‌ ଉପରେ ଦୁଇ ପ୍ରେମୀଯୁଗଳ ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ସେମାନଙ୍କଠାରୁ ସୁନାଚେନ୍‌ ଓ ପର୍ସ ଲୁଟି ନେଇଛନ୍ତି। ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିଲେ ମଧ୍ୟ ସୂଚନା ପାଇ ପୁଲିସ ଛାନ୍‌ଭିନ୍‌ କରିଛି। କିନ୍ତୁ ଲୁଟେରାମାନଙ୍କ ଟେର୍‌ ମିଳିନାହିଁ। ଅନ୍ୟ ପକ୍ଷରେ ଲୁଟ୍‌ର ଶିକାର ହୋଇଥିବା ପ୍ରେମୀ ଯୁଗଳ ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର ହୋଇଥିବାରୁ ସେମାନେ ଅଭିଯୋଗ କରିନାହାନ୍ତି। ବର୍ଷା ସହିତ ଘନ ଅନ୍ଧାରରେ ନିଛାଟିଆ ବ୍ରିଜ୍‌ ଉପରେ ପ୍ରେମୀଯୁଗଳଙ୍କୁ ପାଇ ଲୁଟେରାମାନେ ଏଭଳି କାଣ୍ଡ କରିଥିବା ଚର୍ଚା ହେଉଛି।

ସମ୍ବନ୍ଧିତ ଖବର