ଚନ୍ଦକା ଜଙ୍ଗଲକୁ ଆଣି ପ୍ରେମିକାର ମୁଣ୍ଡ କାଟିଲା ପ୍ରେମିକ: ଧରାପଡ଼ିବା ପରେ ମାନିଲା ସତ

ଭୁବନେଶ୍ବର:  ପ୍ରେମିକର ସାଙ୍ଘାତିକ କାରନାମା ପଦାକୁ ଆସିଛି । ପ୍ରେମିକାର  ମୁଣ୍ଡ କାଟି ହତ୍ୟା କରିଛି ପ୍ରେମିକ । ଚନ୍ଦକା ଜଙ୍ଗଲରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୁଣ୍ଡ କଟା ମୃତଦେହ । ପୁରୀ ଜିଲ୍ଲା ସତ୍ୟବାଦୀ ପୁଲିସ ଓ ଭୁବନେଶ୍ବରର ଖଣ୍ଡଗିରି ଥାନା ପୁଲିସ ଏହି ମୃତଦେହକୁ ଜବତ କରିଛନ୍ତି । ତେବେ ମୃତ ଯୁବତୀଙ୍କୁ ତା’ର ପ୍ରେମିକ ମୁଣ୍ଡ କାଟି ହତ୍ୟା କରିଥିବା ସ୍ପଷ୍ଟ ହୋଇଛି।

ମୃତ ଯୁବତୀ ଜଣକ ହେଲେ ସତ୍ୟବାଦୀ ଥାନା ଅଂଚଳର  ସସ୍ମିତା ବିଶ୍ୱାଳ । ସସ୍ମିତାଙ୍କ ନିଖୋଜ ନେଇ ଗତ ୧୫ ତାରିଖରେ ତାଙ୍କ ପରିବାର ପକ୍ଷରୁ ସତ୍ୟବାଦୀ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଖୋଳତାଡ କରି ଯୁବତୀଙ୍କୁ ନେଇ ଫେରାର ହୋଇଥିବା ତାଙ୍କ ତଥାକଥିତ ପ୍ରେମିକ ଯୁଧିଷ୍ଟିର ସ୍ୱାଇଁକୁ ଗିରଫ କରିଥିଲା । ଆଉ ଜେରା ବେଳେ ସସ୍ମିତାଙ୍କୁ ହତ୍ୟା କରିଥିବା କଥା ପୁଲିସ ଆଗରେ ମାନିଥିଲା ଯୁଧିଷ୍ଟିର । କେବଳ ଏତିକି ନୁହେଁ, ପ୍ରେମିକାକୁ ହତ୍ୟା କଲା ତା’ର ଡେମୋ ମଧ୍ୟ ଦେଖାଇଛି ଅଭିଯୁକ୍ତ । ଆଜି ଅଭିଯୁକ୍ତକୁ ସାଙ୍ଗରେ ନେଇ ସତ୍ୟବାଦୀ ପୁଲିସ ଓ ଖଣ୍ଡଗିରି ପୁଲିସ ଚନ୍ଦକା ଜଙ୍ଗଲରୁ ସସ୍ମିତାଙ୍କ ମୁଣ୍ଡ କଟା ମୃତଦେହ ଉଦ୍ଧାର କରିଛନ୍ତି ।

ଅନ୍ୟ ପକ୍ଷରେ ପରିବାର ଲୋକେ ଝିଅକୁ ଦୁଷ୍କର୍ମ କରାଯାଇ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର