ବାହାଘର ଭାଙ୍ଗି ଯିବାରୁ ଘର ସାମ୍ନାକୁ ଯାଇ ପ୍ରେମିକାକୁ ଗୁଳି କରି ହତ୍ୟା କଲା ପ୍ରେମିକ: ସିସିଟିଭିରେ କୈଦ ହେଲା ହୃଦୟଥରା ଦୃଶ୍ୟ

ନୂଆଦିଲ୍ଲୀ:  କଥାରେ ଅଛି ‘ପ୍ରେମ ମଣିଷକୁ ଅନ୍ଧ କରି ଦେଇଥାଏ’ । ଏହି ଉକ୍ତିର ବି ଅନେକ ଉଦାହରଣ ଆମେ ପୂର୍ବରୁ ଦେଖିଛେ। ମଣିଷ ପ୍ରେମରେ ଅନ୍ଧ ହେବା ପରେ ତାର ମନକୁ ଯାହା ଆସିଥାଏ କରି ଯାଇଥାଏ, ଆଗପଛ ଚିନ୍ତା କରିବାକୁ ତା’ ପାଖରେ ସମୟ ନଥାଏ।  ଏମିତି ଏକ ଲୋମଟାଙ୍କୁରା ଘଟଣା ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଜଣେ ଯୁବକ ପ୍ରେମରେ ବିଫଳ ହେବା ପରେ ତାର ପ୍ରେମିକାକୁ ଘର ସାମ୍ନାରେ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ସମସ୍ତ ଦୃଶ୍ୟ ପ୍ରେମିକା ଘର ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କୈଦ ହୋଇଯାଇଥିଲା। ବିଧାୟକଙ୍କ କାର୍ଯ୍ୟାଳୟ ସାମ୍ନାରେ ଏଭଳି ଘଟଣା ଘଟିବା ପରେ ପୁଲିସର ନିଦ ହଜି ଯିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।

घर के सामने जाकर गर्लफ्रेंड को मारी गोली, CCTV में कैद हुई खौफनाक घटना
-lover-open-fire-girlfriend-house

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଅତୁଲ ସୋନିର ବିବାହ ରୁପାଲି (ଛଦ୍ମନାମ)ନାମ୍ନୀ ଜଣେ ଯୁବତୀଙ୍କ ସହିତ ସ୍ଥିିର ହୋଇଥିଲା। କିନ୍ତୁ କୌଣସି କାରଣବଶତଃ ଏହି ବିବାହ ଭାଙ୍ଗି ଯାଇଥିଲା। ଅତୁଲ ରୁପାଲିଙ୍କୁ ବହୁତ ଭଲ ପାଇ ଯାଇଥିବାରୁ ସେ ଏହାକୁ ଗ୍ରହଣ କରି ପାରି ନ ଥିଲା। ଶେଷରେ ନିଜ କ୍ରୋଧ ଉପରେ ଆୟତ୍ତ କରି ନପାରି ଅତୁଲ ରୁପାଲିଙ୍କ ଘର ପାଖକୁ ଯାଇ ତାଙ୍କୁ ଘର ସାମ୍ନାକୁ ଡାକି ସିଧାସଳଖ ଗୁଳି ଚଳାଇ ଦେଇଥିଲା। ପୀଡ଼ିତାଙ୍କ ଅଭିଯୋଗ ମୁତାବକ ପୁଲିସ ଏହି ଗୁଳିକାଣ୍ଡ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର