ନୂଆଦିଲ୍ଲୀ: ପ୍ରେମିକାଙ୍କ ଅଣଦେଖାକୁ ସହିପାରିଲା ନାହିଁ ପ୍ରେମିକ। ଶେଷରେ ସେ ବ୍ଲେଡରେ ନିଜ ସମ୍ପୂର୍ଣ୍ଣ ଶରୀରକୁ ଚିରି ପକାଇଥିଲା। ଏମିତି ଏକ ଘଟଣା ବିହାରର ବେଗୁସରାୟରୁ ସାମ୍ନାକୁ ଆସିଛି। ଏଠାରେ ପ୍ରେମିକାଙ୍କ ପାଇଁ ପ୍ରେମିକ ଅତ୍ୟନ୍ତ କଷ୍ଟଦାୟକ ପଦକ୍ଷେପ ଉଠାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ହସ୍ପିଟାଲରେ ପ୍ରେମିକଙ୍କ ଚିକିତ୍ସା ଜାରି ରହିଛି। ପୀଡ଼ିତ ପ୍ରେମିକଙ୍କ ନାମ କହ୍ନେୟା କୁମାର ବୋଲି ଜଣାପଡ଼ିଛି।

Advertisment

ପୀଡ଼ିତ କହ୍ନେୟା କହିଛନ୍ତି, ‘ମୁଁ ମୋର ପ୍ରେମିକାଙ୍କୁ ତିନିବର୍ଷ ହେବ ଭଲ ପାଇ ଆସୁଥିଲି। ସେ ବି ମୋତେ ଭଲ ପାଉଥିଲେ। କିନ୍ତୁ ଏଇ କିଛିଦିନ ହେବ ସେ ମୋ ସହ ଦେଖା କରୁ ନାହାନ୍ତି କି କଥା ହେଉ ନାହିଁ । ଅଣଦେଖା କରିବାରେ ଲାଗିଛନ୍ତି। ଯାହାକୁ ମୁଁ ସହି ପାରୁ ନଥିଲି। ଏଥିପାଇଁ ମୁଁ ପ୍ରେମିକାଙ୍କୁ  ଅନେକ ଥର ବୁଝାଇବାକୁ ବି ଚେଷ୍ଟା କରିଛି କି ତୁମେ ମୋ ସହ ଏମିତି କର ନାହିଁ। ମୋତେ କଷ୍ଟ ହେଉଛି। ମୁଁ ବଞ୍ଚି ପାରିବି ନାହିଁ। ସେ ମୋର କୌଣସି କଥା ବୁଝିବାକୁ ପ୍ରସ୍ତୁତ ନଥିଲେ।

ଏସବୁକୁ ମୁଁ ଆଉ ଦେଖି ପାରିଲି ନାହିଁ। ଶେଷରେ ବ୍ଲେଡରେ ମୋ ଶରୀରକୁ ଚିରି ପକାଇଥିଲି। ଏହି ସମୟରେ ମୋର ହାତର ଶିରା କଟି ଯିବାରୁ ଗୁରୁତର ହୋଇପଡ଼ିଥିଲି।ଏହାପରେ ପରିବାରଲୋକେ ମୋାତେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। କିନ୍ତୁ ମୋର ବଞ୍ଚିବା ପାଇଁ ଆଉ ଇଚ୍ଛା ନାହିଁ। କେବଳ ମୋର ପ୍ରେମିକାଙ୍କୁ ଗୋଟିଏ ଅନୁରୋଧ ମୋର ଭୁଲ କେଉଁଠି ରହିଲା ଜଣାଇ ଦିଅନ୍ତୁ।