ବିଜନୋର: ଉତ୍ତର ପ୍ରଦେଶର ବିଜନୋରରେ ଦୁଇ ଭାଇଙ୍କୁ ହତ୍ୟା କରିବାପରେ ଜଣେ ଯୁବକ ନିଜର ପ୍ରେମିକା ଉପରକୁ ଗୁଳି ଚଳାଇଥିବା ଖବର ମିଳିଛି । ପ୍ରେମିକାର ଶରୀରରେ ୫ଟି ଗୁଳି ବାଜିଥିବାରୁ ତା’ର ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ତେବେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । କୁହାଯାଉଛି ଯେ, ଅଭିଯୁକ୍ତ ପ୍ରେମିକ ହାତରେ ରିଭଲଭର ଧରି ପ୍ରଥମେ ଗାଳିଗୁଲଜ କରି ପ୍ରେମିକା ଘରେ ପ୍ରବେଶ କରିଥିଲା ଓ ପରେ ଗୁଳିମାଡ଼ କରିଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।
ଗତକାଲି ଡବଲ ମର୍ଡର ଅଭିଯୁକ୍ତ ଅଶ୍ୱିନୀ ଓରଫ ଜାନି ଦୌଲତାବାଦରେ ନିଜର ପ୍ରେମିକା ଘରେ ପ୍ରବେଶ କରି କ୍ରମାଗତ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ବିଜନୋର ହସ୍ପିଟାଲରେ ଭତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମୁରାଦାବାଦ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।
/sambad/media/post_attachments/wp-content/uploads/2019/10/police-up-300x150.jpg)
ସୂଚନାଯୋଗ୍ୟ ଅଶ୍ୱିନୀ କିଛି ଦିନ ପୂର୍ବରୁ ବିଜନୌରରେ ନିଜର ସଂପର୍କୀୟ ଦୁଇ ଭାଇ ରାହୁଲ ଓ ନରେଶଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିଲା ।