ନୂଆଦିଲ୍ଲୀ: ରେଳବାଇ ନୋଟିଫିକେସନ ଫୋର୍ସ ରବିବାର ଜଣେ ବ୍ୟକ୍ତିକୁ ଗିରଫ କରିଛି। ରେଳ ଧାରଣାକୁ ଭୁଲ ଦିଗରେ ବ୍ୟବହାର କରିବା ଅପରାଧରେ ତାକୁ ଗିରଫ କରାଯାଇଛି। ସୋସିଆଲ ମିଡିଆ ପ୍ଳାଟଫର୍ମରେ ଭିଡିଓ ଭାଇରାଲ୍ ହେବା ପରେ ଉକ୍ତ ଯୁବକକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ରାମିରେଡ୍ଡି ବୋଲି ଜଣାପଡ଼ିଛି।
ରାମିରେଡ୍ଡ ନାମକ ଏହି ବ୍ୟକ୍ତି ଖେଳନା, ଫଟାକା ଓ ଗ୍ୟାସ ସିଲିଣ୍ଡରକୁ ରେଳଧାରଣାରେ ରଖି ଭାଇରାଲ୍ ଭିଡିଓ ବନାଇବା ପାଇଁ ଚେଷ୍ଟା କରୁଥିଲା। ସେ ଏହି ଭିଡିଓକୁ ୟୁଟୁବ୍ରେ ବି ସେୟାର କରିଥିଲା। ହାଇଦ୍ରାବାଦର ଆରପିଏଫ୍ କର୍ମଚାରୀ ନରସିହ୍ନା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଭିଡିଓକୁ ଦେଖିବା ପରେ ଟୁଇଟରରେ ରେଲବାଇ ପୁଲିସକୁ ଅଭିଯୋଗ କରିଥିଲେ।
Tirupati, Andhra Pradesh: Railway Protection Force (RPF) has arrested a youth named Ramireddy in Renigunta for performing misadventures on Railway tracks. Ramireddy used to put toys, crackers, cylinders on railway track & upload videos of trains crushing these on YouTube. pic.twitter.com/5GGMG6J8XR
— ANI (@ANI) 11. elokuuta 2019
ରାମିରେଡ୍ଡି ଏହି ଘଟଣା ସମ୍ପର୍କରେ କହନ୍ତି, ମୋତେ ୟୁଟୁବ୍ ବହୁତ ପସନ୍ଦ। ଏଥିରେ ମୁଁ ପ୍ରତିଦିନ ଅନେକ ଭିଡିଓ ଦେଖିଥାଏ। ମୋତେ ଏଭଳି ଭିଡିଓ ବହୁତ ପ୍ରଭାବିତ କରିଥିଲା। ମୁଁ ଏଭଳି ଅନେକ ଭିଡିଓ ଦେଖିଛି, ଯେଉଁଥିରେ ଲୋକମାନେ ଟ୍ରାକ୍ ଉପରେ ଅନେକ ଜିନିଷ ରଖି ଭିଡିଓ ସୁଟ କରି ଥାଆନ୍ତି। ମୁଁ ଏସବୁକି ଦେଖି ସେଭଳି ଭିଡିଓ ବନାଇବା ପାଇଁ ସ୍ଥିର କରିଥିଲି। ଏହି ଭିଡିଓକୁ ନେଇ ଅନେକ ଭିୟୁ ଆସିଥାଏ। କିନ୍ତୁ ଏହା ଅପରାଧ ବୋଲି ମୁଁ ଜାଣି ନଥିଲି। ମୁଁ ଏସବୁ ଏବେ ଜାଣିଲି।
ରାମିରେଡ୍ଡିିଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ରିମାଣ୍ଡରେ ପଠାଇ ଦିଆଯାଇଥିବା ନେଇ ପୁଲିସ ସୂତ୍ରରୁ ପ୍ରକାଶ।