ମାଗଣାରେ ପାନ ଦେବାକୁ ମନା କରିବାରୁ ଦୋକାନୀର କାନ ଓ ଓଠକୁ କାମୁଡ଼ି ଦେଲେ ଯୁବକ

ଲକ୍ଷ୍ନୌ: ଲକ୍ଷ୍ନୌର ଆଲମବାଗରେ ଏକ ଅଜବ ଘଟଣା ଘଟିଛି। ମାଗଣାରେ ଦୋକାନୀ ପାନ ଦେବାକୁ ମନା କରିବାରୁ ଜଣେ ଯୁବକ  ଦୋକାନୀର କାନ ଓ ତଳ ଓଠକୁ କାମୁଡ଼ିଦେବା ଘଟଣ‌ା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ମଙ୍ଗଳବାର ରାତିରେ ଘଟିଥିବା ବେଳେ ଅଭିଯୁକ୍ତର ନାଁ ଶାଲୁ ବୋଲି ଚିହ୍ନଟ କରାଯାଇଛି। ପେସାରେ ଶାଲୁ ଜଣେ ଭିଡିଓଗ୍ରାଫର ହୋଇଥିବା ବେଳେ ବୁଧବାର ଏଭଳି ଅପରାଧ ପାଇଁ ତାକୁ ଗିରଫ କରିଛି ପୁଲିସ।

Image result for arrest
Teen Vogue

ପୁଲିସର ସୂଚନାନୁସାରେ, ମଙ୍ଗଳବାର ପୀଡ଼ିତ ସତେନ୍ଦ୍ର ସୁଜାନପୁରରେ ଥିବା ନିଜ ପାନ ଦୋକାନ ବନ୍ଦ କରୁଥିବା ସମୟରେ ଏଭଳି ଘଟଣା ଘଟିଥିଲା। ଶାଲୁ ସତେନ୍ଦ୍ରଙ୍କ ପାଖକୁ ଆସି ତାଙ୍କୁ ମାଗଣାରେ ପାନ ମାଗିବା ଆରମ୍ଭ କରିଥିଲେ। କିନ୍ତୁ ସତେନ୍ଦ୍ର ଦେବା ପାଇଁ ମନା କରି ଦେଇଥିଲେ।ପାନ ନ ମିଳିବାରୁ ରାଗରେ ଶାଲୁ ଏକ ପଥର ଆଣି ସତେନ୍ଦ୍ରଙ୍କ ମୁଣ୍ଡକୁ ପିଟିଦେବା ସହ ପରେ ତାଙ୍କ ବାମ କାନକୁ କାମୁଡ଼ି ଦେଇଥିଲେ। ଯନ୍ତ୍ରଣାରେ ସତେନ୍ଦ୍ର ତଳେ ପଡ଼ି ଛଟପଟ ହେଉଥିବା ବେଳେ ଶାଲୁ ତାଙ୍କ ତଳ ଓଠକୁ କାମୁଡ଼ି ସେଠାରୁ ଫେରାର ହୋଇ ଯାଇଥିଲା। ଏହା ପରେ ରାସ୍ତାରେ ଯାଉଥିବା ଲୋକେ ସତେନ୍ଦ୍ରଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର