ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରେ ନକଲି ରକ୍ତ ବ୍ୟବସାୟ କରୁଥିବା ଏକ ର୍ୟାକେଟ ଧରାପଡ଼ିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସହରରେ ଗତ ୬ ମାସ ହେବ ସାଲାଇନ୍ ଓ୍ଵାଟରରେ ପ୍ରସ୍ତୁତ ହେଉଥିବା ରକ୍ତର କଳାକାରବାର ଚାଲିଥିଲା। ଏହି ମାମଲାରେ ସାମିଲ ଥିବା ପାଞ୍ଚଜଣ ଅଭିଯୁକ୍ତକୁ ପୁଲିସ୍ ଏସ୍ଟିଏଫ୍ ଗିରଫ କରିଛି। ଯାଞ୍ଚ ସମୟରେ ଏମାନେ ୧ହଜାର ୟୁନିଟ୍କୁ ଏହି ନକଲି ରକ୍ତ ବିତରଣ କରିଥିବା କଥା ସ୍ୱୀକାର କରିଥିଲେ ।
/sambad/media/post_attachments/wp-content/uploads/2018/10/Master.jpg)
ଆଶ୍ଚର୍ଯ୍ୟ ଲାଗୁଛ କି, ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ମନୁଷ୍ୟ ଜୀବନ ସହ ଖେଳିବା ପାଇଁ ବି କେତେକ ଲୋକ ପଛାଉ ନାହାନ୍ତି। ଏହି କଳା ବ୍ୟବସାୟରେ ସହରର ଅନେକ ବଡ଼ବଡ଼ ବ୍ଲଡ୍ ବ୍ୟାଙ୍କ୍ ଓ ପାଥଲଜିର କର୍ମଚାରୀ ସାମିଲ ଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଏହି କାରବାର ବିଷୟରେ ଖବର ପାଇବା ପରେ ପୁଲିସର ଏସ୍ଟିଏଫ୍ ଏଫଏସ୍ଡିଏ ସହିତ ମିଶି ବ୍ଲଡ୍ ବ୍ୟାଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରି ଦେଇଛି। ବିଏନ୍କେ, ମେଡିସିନ୍ ବ୍ଲକ ବ୍ୟାଙ୍କ ଓ ସରକାର ଡାଇଗନୋଷ୍ଟିକ୍ ସେଣ୍ଟର ଆଦି ସିଜ୍ କରି ଛାନ୍ଭିନ୍ ଆରମ୍ଭ କରିଛି।
ଏହି ଘଟଣାର ମାଷ୍ଟରମାଇଣ୍ଡ ମହମ୍ମଦ ନସିମ୍ଙ୍କ ଘର ଉପରେ ଏସ୍ଟିଏଫ୍ ଆକସ୍ମିକ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ସଲାଇନ୍ ଓ୍ଵାଟରରୁ ପ୍ରସ୍ତୁତ ନକଲି ରକ୍ତ, ବ୍ଲଡ୍ ବ୍ୟାଗ, ର୍ୟାପର ଓ ଅନ୍ୟାନ ଜିନିଷ ଆଦି ଜବତ ହୋଇଛି। ନସିମ ବ୍ୟତୀତ ରାଘବେନ୍ଦ୍ର ପ୍ରତାପ ସିଂହ, ରସିଦ୍ ଅଲି, ପଙ୍କଜ କୁମାର ଓ ହନି ନିଗମ୍କୁ ଗିରଫ କରାଯାଇଛି। ଏମାନେ ଯିଏ ରକ୍ତ ଦିଏ ତାକୁ ୫୦୦ରୁ ୧୦୦୦ଟଙ୍କା ପର୍ଯ୍ୟନ୍ତ ଦେଇଥାଆନ୍ତି। ଏହାପରେ ନକଲି ରକ୍ତ ପ୍ରସ୍ତୁତ କରି ୨,୦୦୦ରୁ ୪,୦୦୦ଟଙ୍କାରେ ବିକ୍ରି କରି ଥାଆନ୍ତି।
/sambad/media/post_attachments/wp-content/uploads/2018/10/Master-2.jpg)
ତେବେ ଏସ୍ଟିଏଫ୍ ଏହି ରକ୍ତ ବିଶେଷଜ୍ଞଙ୍କୁ ଦେବା ପରେ ଯାହା ରିପୋର୍ଟ ଆସିଥିଲା ତାହା ଶୁଣି ଆଶ୍ଚର୍ଯ୍ୟ ଲାଗିଥିଲା। ରିପୋର୍ଟରେ ପ୍ରକାଶ ପାଇଥିଲା କି, ରକ୍ତରେ ସାଲାଇନ୍ ଓ୍ଵାର୍ଟର ମିଶାଇଲେ ଆରବିସି ବୋକ୍ରେନ୍ (ହିମୋଲାଇଜଡ) ହୋଇଥାଏ। ଫଳରେ ଏହା ଯେଉଁ ରୋଗୀଙ୍କୁ ଦିଅାଯିବାର କିଛି ସମୟରେ ପରେ ତାଙ୍କର ହୃତଘାତରେ ମୃତ୍ୟୁ ହେବାର ଅନେକ ଅାଶଙ୍କା ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Master-1.jpg)