ନିର୍ଭୟା କାଣ୍ଡ ଭଳି ଘଟଣା! ଚଳନ୍ତା ବସ୍‌ରେ ଦୁଷ୍କର୍ମ କରି ମହିଳାଙ୍କୁ ଫିଙ୍ଗି ଦେଲା ଅଭିଯୁକ୍ତ

ଲକ୍ଷ୍ମୌ: ଦୁଷ୍କର୍ମକାରୀଙ୍କ ପାଇଁ ନିୟମ ଯେତେ କଡ଼ାକଡ଼ି ହେଉଛି ଅପରାଧ ବି ସେହି ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। ଲକ୍‌ଡାଉନ୍‌ ପରେ ଅନ୍‌ଲକ୍‌-୧ ଜାରି ହୋଇଛି। ଅନ୍‌ଲକ୍‌-୧ ଜାରି ହେବା ପରେ ଧୀରେଧୀରେ ଯାନବାହନ ଚଳାଚଳ ଆରମ୍ଭ ହୋଇଛି। ବସ୍‌ରେ ପୂର୍ବ ଅପେକ୍ଷା କମ୍‌ ଯାତ୍ରୀ ଯାତାୟାତ କରୁଛନ୍ତି। ଏଭଳି ସମୟରେ ଲକ୍ଷ୍ମୌ ଏବଂ ମଥୁରା ମଧ୍ୟରେ ଚଳନ୍ତା ବସ୍‌ରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୀଡିତା ଚଳନ୍ତା ବସ୍‌ରେ ଦୁଷ୍କର୍ମର ଶିକାର ହୋଇଥିବା ନୋଏଡାର ସେକ୍ଟର-୨୦ ପୁଲିସ ଷ୍ଟେସନରେ ଅଭିଯୋଗ କରି ମାମଲା ରୁଜୁ କରିଛନ୍ତି।

लखनऊ-मथुरा के बीच निर्भया जैसी ...
AajTak

ସୂଚନା ଅନୁଯାୟୀ, ପୀଡ଼ିତା ମହିଳା ଜଣକ ନୋଏଡା ଯାତ୍ରା ପାଇଁ ପ୍ରତାପଗଡରୁ ବସ୍‌ ଚଢ଼ିଥିଲେ। ଦୁଷ୍କର୍ମକାରୀ ଲକ୍ଷ୍ମୌ ଏବଂ ମଥୁରା ମଧ୍ୟରେ ଚଳନ୍ତା ବସ୍‌ରେ ପ୍ରଥମେ ଅସଦାଚରଣ କରି    ପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ବସ୍‌ଟି ଯେତେବେଳେ ନୋଏଡାରେ ପହଞ୍ଚିଥିଲା ମହିଳା ଜଣକ ପାଟି କରିଥିଲେ। ଏହାପରେ ବସ୍‌ ନୋଏଡା ସେକ୍ଟର-୪୫ରେ ପଞ୍ଚିବା ପୂର୍ବରୁ ଅଭିଯୁକ୍ତ ମହିଳାଙ୍କୁ ବିନୟକ ଡାକ୍ତରଖାନା ନିକଟରେ ବସ୍‌ରୁ ତଳକୁ ଫିଙ୍ଗି ସେଠାରୁ ପଳାଇ ଯାଇଥିଲା। ମହିଳାଙ୍କ ଅଭିଯୋଗ ପରେ ନୋଏଡା ସେକ୍ଟର -୨୦ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା

ଯାଞ୍ଚ ପରେ ପୁଲିସ କହିଛି କି, ଏହି ଘଟଣା ଲକ୍ଷ୍ମୌ ଓ ମଥୁରା ରାସ୍ତା ମଧ୍ୟରେ ହୋଇଛି। ମହିଳାଙ୍କ ଅଭିଯୋଗ ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯିବା ସହିତ ବସ୍‌କୁ ବି ପୁଲିସ ଜବତ କରି ନେଇଛି।

ସମ୍ବନ୍ଧିତ ଖବର