ଲଧିଆନା : ପଞ୍ଜାବର ଲୁଧିଆନାରେ ସ୍ତ୍ରୀ ନିଜ ସ୍ୱାମୀ ବିରୋଧରେ କରିଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅଭିଯୁକ୍ତ ସ୍ୱାମୀ ଏଚ୍ଆଇଭି ପଜେଟିଭ୍ ଥିବା କଥା ଲୁଚାଇ ପୀଡ଼ିତାଙ୍କୁ ବିବାହ କରିଥଲେ। ତେବେ ବିବାହ ପରେ ତାଙ୍କ ସହ ଶାରୀରିକ ସଂପର୍କ ରଖି ନ ଥିଲେ । କାରଣ ପଚାରିବାରୁ ତାଙ୍କର ସମାନ୍ୟ ସଂକ୍ରମଣ ହୋଇଛି ବୋଲି କହି ବିବାହର ୮ମାସ ପର୍ଯ୍ୟନ୍ତ ବିଭିନ୍ନ ବାହାନା କରି ଚାଲିଥିଲେ । କିନ୍ତୁ ୮ମାସରେ ପୀଡ଼ିତାଙ୍କ ସାମ୍ନାକୁ ସବୁ ସତ ଆସି ଯାଇଥିଲା । ଘର ସଫା କରୁଥିବା ବେଳେ ତାଙ୍କୁ ନିଜ ପ୍ରଫେସର ସ୍ୱାମୀଙ୍କର ମେଡ଼ିକାଲ୍ ରିପୋର୍ଟ ମିଳିଥିଲା । ଯେଉଁଥିରୁ ତାଙ୍କ ସ୍ୱାମୀ ଏଚ୍ଆଇଭି ପଜେଟିଭ୍ ବୋଲି ପୀଡ଼ିତା ଜାଣି ପାରିଥିଲେ ।
/sambad/media/post_attachments/wp-content/uploads/2018/09/51514875-300x200.jpg)
ସବୁ ସତ ସାମ୍ନାକୁ ଆସିବା ପରେ ପୀଡ଼ିତା ଏ ନେଇ ନିଜ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ପୁଲିସ ଆଗରେ ଅଭିଯୋଗ କରିଥିବା ବେଳେ ଶାଶୁ ଘର ଲୋକଙ୍କ ଊପରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ, ପୀଡ଼ିତାଙ୍କ ବିବାହ ଚଳିତ ବର୍ଷ ଜାନୁଆରୀରେ ହୋଇଥିଲା । ବିବାହ ପୂର୍ବରୁ ଅଭିଯୁକ୍ତ ସ୍ୱାମୀ ନିଜ ରୋଗ ବିଷୟରେ କିଛି କହି ନଥିଲେ । ବିବାହ ପରେ ଶାରୀରିକ ସଂପର୍କ କଥା ଉଠିବାରୁ ଅଭିଯୁକ୍ତ ସ୍ୱାମୀ ଏହି କଥାକୁ ଏଡ଼ାଇବା ସହ ସଂପର୍କ ରଖିବାକୁ ମନା କରିଥିଲେ । ବେଳେ ବେଳେ ଶାରୀରିକ ସଂପର୍କ ନ ରଖିବା ପାଇଁ ଘର ବାହାରେ ମଧ୍ୟ ରହିବାକୁ ଲାଗିଥିଲେ । ପ୍ରଥମେ କିଛି ବୁଝିପାରି ନଥିବା ବେଳେ ୮ମାସ ପରେ ପୀଡ଼ିତାଙ୍କ ଆଗକୁ ସବୁ ସତ ଆସି ଯାଇଥିଲା । ଏବେ ସେ ନ୍ୟାୟ ଭିକ୍ଷା କରିଥିବା ଦେଖାଯାଇଛି ।