ନୂଆଦିଲ୍ଲୀ: ଲୁଧିୟାନାର ସେଣ୍ଟ୍ରାଲ ଜେଲରେ ଏକ ଗଣ୍ଡଗୋଳ ସମୟରେ ପୁଲିସ ଗୁଳିରେ ଜଣେ ୨୧ବର୍ଷୀୟ କଏଦୀର ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ମା’ ଯେଉଁଭଳି ଅଭିଯୋଗ ଆଣିଛନ୍ତି ତାହା ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ।

Advertisment

publive-image

ମୃତ କଏଦୀ ମା’ଙ୍କ କହିବାନୁସାରେ, ଡିଏସ୍‌ପି ଇକବାଲ ସିଂହ ତାଙ୍କ ଆଖି ସାମ୍ନାରେ ପୁଅକୁ ମାରି ଦେଇଛନ୍ତି। ମହିଳାଙ୍କ ଏହି ଅଭିଯୋଗକୁ ବରିଷ୍ଠ ପୁଲିସ ଅଧିକାରୀ ଓ ଜେଲ୍‌ ସୁପରିଟେଣ୍ଡଣ୍ଟ ଖାରଜ କରି କହିଛନ୍ତି, ଏହି ଘଟଣା ଦିନ ମହିଳା ଥାନାରେ ହିଁ ନଥିଲେ। ବୁଧବାର ଡ୍ରଗ୍‌ ମାମଲାରେ ଟ୍ରାଏଲରେ ଯାଉଥିବା ଜଣେ କଏଦୀର ପାଟିୟାଲାର ଏକ ହସ୍‌ପିଟାଲ୍‌ରେ ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ଗୁୁରୁବାର (ଜୁନ୍‌ ୨୭)କୁ ଉକ୍ତ କଏଦୀର ସାଥୀମାନେ ଜେଲ ଷ୍ଟାଫ୍‌ଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ଅଜିତ ସିଂହ ନାମକ ଜଣେ କଏଦୀ ଉପରକୁ ପୁଲିସ ଗୁଳି ଚଳାଇଥିଲା। ଘଟଣାସ୍ଥଳରେ ଉକ୍ତ କଏଦୀର ମୃତ୍ୟୁ ହୋଇଯାଇଥିଲା।

publive-image

ମୃତ ଅଜିତ ସିଂହର ମା’ ମୀରା ରାଣୀ ଦାବି କରିଛନ୍ତି କି, ସକାଳ ୧୧.୧୫ ମିନିଟ୍‌ରେ ପୁଅକୁ ଭେଟିବା ପାଇଁ ଜେଲରେ ପହଞ୍ଚିଥିଲି ଏହି ସମୟରେ ମୁଖ୍ୟ ଦ୍ୱାରା ଖୋଲା ହୋଇଥିଲା। ସେଠାକାର ପରିସ୍ଥିତି ବି ଉତ୍ତେଜନାପୂର୍ଣ୍ଣ ଥିଲା ଓ ପଥରମାଡ ଚାଲିଥିଲା। ଜେଲ ଅଧିକାରୀ କଏଦୀଙ୍କୁ ଗାଳିଗୁଲଜ କରୁଥିଲେ। ସେଠାରେ ଡିଏସ୍‌ପି ଓ ଜେଲ ସୁପରିଟେଣ୍ଡେଣ୍ଟ ବି ଉପସ୍ଥିତ ଥିଲେ। ପୁଅ ଅଜିତ ମୋତେ ଦେଖିବା ପରେ ସେଠାରୁ ଧାଇଁ ଆସି ଆଲିଙ୍ଗନ କରି ପକାଇଥିଲା। କିନ୍ତୁ ଡିଏସ୍‌ପିଙ୍କ ଅନୁମତି କ୍ରମେ ମୋ ପୁଅକୁ ଜୋରଜବରଦସ୍ତି ମୋ’ଠାରୁ ଅଲଗା କରି ଦିଆଯାଇଥିଲା। ମୁଁ ସେଠାରେ ଛିଡା ହୋଇ ମୋ’ ପୁଅକୁ କିଛି କହିବା ଚେଷ୍ଟା କରୁଥିବା ସମୟରେ ପୁଲିସକର୍ମୀ ପୁଅ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ହିଁ ଅଜିତର ମୃତ୍ୟୁ ହୋଇଯାଇଥିଲା। ସେ ଜେଲ ପରିସରରେ ଚାଲିଥିବା ଗଣ୍ଡଗୋଳରେ ସାମିଲ ନଥିଲା। କେବଳ ମୋତେ ଭେଟିବା ପାଇଁ ଧାଇଁ ଆସିଥିଲା।