ଯୁବକ ନିଜ ଭିଣୋଇଙ୍କ ସହ ମିଶି ୭ମାସ ହେଲା ସଂପର୍କୀୟା ସହ କରୁଥିଲେ ଦୁଷ୍କର୍ମ, ଏଭଳି ଭାବରେ ସାମ୍ନାକୁ ଆସିଲା ଘଟଣା

ଲୁଧିଆନା : ଯୁବକ ନିଜ ଭିଣୋଇଙ୍କ ସହ ମିଶି ନିଜ ଶାଳୀକୁ ୭ମାସ ଧରି ଦୁଷ୍କର୍ମ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ଅଭିଯୁକ୍ତ ମିଶି ପୀଡ଼ିତାଙ୍କ ସହ ଅମାନୁଷିକ ଭାବେ ଶାରୀରିକ ସଂପର୍କ ରଖୁଥିବାରୁ ବିରକ୍ତ ହୋଇ ନିଜ ଭଉଣୀଙ୍କ ଘରୁ ଲୁଚି ପଳାଇଥିଲେ ପୀଡ଼ିତା ।ରେଳ ଷ୍ଟେସନ ଯିବା ପରେ ନିଜ ଘରକୁ ଟ୍ରେନ୍‌ ଧରିବା ପରିବର୍ତ୍ତେ ଭୁଲରେ ଜମ୍ମୁ ଚାଲି ଯାଇଥିଲେ । ସେଠାରେ ଜମ୍ମୁର ଜିଆର୍‌ପି ପୀଡ଼ିତାଙ୍କୁ ଅଟକାଇ ପଚାଉଚରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ଏହା ପରେ ଜମ୍ମୁ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରି ଲୁଧିଆନା ପୁଲିସକୁ ମାମଲା ଟ୍ରାନ୍ସଫର କରି ଦେଇଥିଲେ । ପୁଲିସ ଘଟଣା ସଂପର୍କରେ ଜାଣିବା ପରେ ଦୁଇ ଅଭିଯୁକ୍ତ ମହମ୍ମଦ ସଲମାନ ଏବଂ ଇଜାଜତ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଛି । ଦୁହିଁଙ୍କ ମଧ୍ୟରୁ ସଲମାନଙ୍କୁ ଗିରଫ କରିଛି ପୁଲିସ ।

Isha Sadhguru

ପୁଲିସ ଦେଇଥିବା ସୂଚନା ମୁତାବକ,ସଲମାନ ଏକ ବ୍ୟାଣ୍ଡରେ କାମ କରନ୍ତି । ଇଜାଜତ୍‌ ସଲମାନଙ୍କ ଭିଣୋଇ ହୋଇଥିବା ବେଳେ ସେ ଏକ କପଡ଼ା ଦୋକାନରେ କାମ କରନ୍ତି । ଇଜାଜତ ନିଜ ଘରେ ନ ରହି ସଲମାନଙ୍କ ସହ ତାଙ୍କ ଘରେ ରହୁଥିଲେ । ପୀଡ଼ିତା ୮ମାସ ତଳେ ନିଜ ଭିଣୋଇ ସଲମାନଙ୍କ ଘରକୁ ବୁଲି ଆସିଥିବା ବେଳେ ଦୁହିଁଙ୍କ ଖରାପ ନଜର ପୀଡ଼ିତାଙ୍କ ଉପରେ ପଡ଼ିଥିଲା । ଦୁହେଁ ବିଭିନ୍ନ ବାହାନା କରି ପୀଡ଼ିତାଙ୍କୁ ରୋକି ରଖିଥିଲେ । ନିଜ ଘରେ ସେମାନେ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରୁଥିବା ବେଳେ ୪-୫ମାସ ତଳେ ସେମାନେ ଭଡ଼ାରେ ଘର ନେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିବା ଆରମ୍ଭ କରିଥିଲେ । ବାରମ୍ବାର ଏପରି ଅତ୍ୟାଚାର ହେବାରୁ ସହି ନ ପାରି ଶେଷରେ ପୀଡ଼ିତା ଘରୁ ଲୁଚି ଚାଲି ଆସିଥିଲେ ।

ସମ୍ବନ୍ଧିତ ଖବର