ଦେଶୀ ମଦ ଓ ଭାଙ୍ଗ ଜବତ, ୬ ଗିରଫ

ଭୁବନେଶ୍ୱର : ଆଜି ନୂଆପଲ୍ଲୀ ଥାନା ପୁଲିସ ଓ ଅବକାରୀ ବିଭାଗ ଫ୍ଲାଇଙ୍ଗ୍‌ ସ୍କ୍ଵାଡ୍‌ ପକ୍ଷରୁ ନୂଆପଲ୍ଲୀ, ବରମୁଣ୍ଡା ଅଞ୍ଚଳରେ ଥିବା ଢାବାରେ ଚଢ଼ଉ କରାଯାଇ କରି ୯୫ ଲିଟର ଦେଶୀ ମଦ ଜବତ କରିବା ସହିତ ୫ କେଜି ଭାଙ୍ଗ ଓ ଏକ ଅଟୋ ଜବତ କରାଯାଇଛି। ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନୂଆପଲ୍ଲୀ ଥାନା ରାଧାକୃଷ୍ଣ ଲେନ୍‌ ବସ୍ତିିର ରବୀନ୍ଦ୍ର ବାଲା, ପ୍ରମୋଦ ସାହୁ, ସାଗର ନାୟକ, ନରେନ୍ଦ୍ର ବେହେରା, ପୂର୍ଣ୍ଣ ସାହୁ, ଭର୍ତୃହରି ଯାଦବ ପ୍ରମୁଖ। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗାମୀ ଦିନରେ ଏଭଳି ଚଢ଼ଉ ଜୋରଦାର ହେବ ବୋଲି ଉଭୟ ପୁଲିସ ଓ ଅବକାରୀ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର