ଟିଟୋ ନାଁ‌ରେ ପୂଜାବଟି : ଦୁର୍ଦ୍ଦାନ୍ତ ମାଧ ଖୁଣ୍ଟିଆ ଓ ୩ ସହଯୋଗୀ ଗିରଫ

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ୍ ଆଜି ଦୁର୍ଦ୍ଦାନ୍ତ ଅପରାଧୀ ମାଧ ଖୁଣ୍ଟିଆ ଓ ତାର ୩ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ, କଟକ ଜିଲ୍ଲା ଟାଙ୍ଗୀ ଥାନା ଗୋକୁଳପୁରର ଚଗଲା ଓରଫ ପ୍ରଦୀପ ନାୟକ, କଟକ ଜିଲ୍ଲା ନିଆଳି ଥାନା ଅଧୀନ କୁଳଶ୍ରୀ ଗ୍ରାମର ପ୍ରତାପ ଚନ୍ଦ୍ର ସାହୁ, ବଲାଙ୍ଗୀର ଟାଉନ୍‌ ଥାନା ଅଧୀନ ମାଳପଡ଼ା ଗାଁର ସୟଦ ଇମିତିଆଜ ଅଲ୍ଲୀ। ପୁଲିସ ଏମାନଙ୍କ ନିକଟରୁ ଗୋଟିଏ ମାଉଜର୍, ୩ଟି ଗୁଳି, ୨ଟି ଭୁଜାଲି ଓ ଲୁହାରଡ୍‌ ଆଦି ଜବତ କରିଛି। ଏହି ଗ୍ୟାଙ୍ଗ୍ କଟକ ଓ ଭୁବନେଶ୍ବରର କେତେକ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ବୋଲି ଏସଟିଏଫ୍ ପକ୍ଷରୁ କୁହାଯାଇଛି। ଏହାଛଡ଼ା ସେମା‌େନ ଟିଟୋ ନାଁ‌େର ପୂଜାବଟି ମଧ୍ୟ ମାଗୁଥି‌େଲ ବୋଲି କୁହାଯାଉଛି। କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି, କଟକ ଜିଲ୍ଲା ନିଆଳି ଥାନା ଅଧୀନ ରାଣୀଓଳା ଅଞ୍ଚଳର ମାଧ ନାଁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ଅପହରଣ ଭଳି ମାମଲା ରହିଛି। ଏହାଛଡ଼ା ମାଧ ଗ୍ୟାଙ୍ଗ୍ ବିଭିନ୍ନ ସମୟରେ ଟିଟୋ, ସପୋ, ହାଇଦର, ରାଜା ଆଚାର୍ଯ୍ୟ ଓ ଅନୀଲ ଛୋଟରାୟ ପାଇଁ କାମ କରୁଥିଲା। ମାଧ ନାଁ‌େର ଭୁବନେଶ୍ବର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ମାମଲା ରହିଛି।

ତେବେ ଗ୍ୟାଙ୍ଗଷ୍ଟର ଟିଟୋ ଜେଲ୍ ଯିବା ପରେ, ତାର ନାଁ ନେଇ ମାଧ କେନ୍ଦ୍ରାପଡ଼ା, ଭୁବନେଶ୍ବର ଓ କଟକର କେତେକ ବିଲଡର୍‌, ବ୍ୟବସାୟୀ, ଠିକାଦାରଙ୍କୁ ପୂଜା ବଟି ମାଗୁଥିଲା। ଏ ନେଇ କେତେକ ବ୍ୟବସାୟୀ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବା ପରେ ଏସ୍ଏଟିଏଫ୍ ଖୋଳତାଡ଼ ଆରମ୍ଭ କରିଥିଲା। ତଦନ୍ତ ‌େବଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି, ମାଧ ଭୁବନେଶ୍ବର ଓ କଟକର କେତେକ ବ୍ୟବସାୟ ପ୍ରତିଷ୍ଠାନ ଉପରେ ପୂଜାବଟି ପାଇଁ ବୋମାମାଡ଼ କରିବାକୁ ଯୋଜନା କରିଥିଲା। ସେହିପରି ତାର ଗ୍ୟାଙ୍ଗ୍ ପୂଜା ସମୟରେ ବଲାଙ୍ଗୀର ଓ ସମ୍ବଲପୁରରେ ଡକାୟତି କରିବାକୁ ସ୍ଥିର କରି ସାରିଥିଲା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଆବଶ୍ୟକ ହେଲେ ମାଧକୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ। ତାର ସାରା ରାଜ୍ୟରେ ଥିବା ନେଟୱର୍କର ଖୋଳତାଡ଼ ହେବ ବୋଲି ଡିଆଇଜି ହିମାଂଶୁ ଲାଲ କହିଛନ୍ତି।

ସମ୍ବନ୍ଧିତ ଖବର