ଭୋପାଳ: ମଧ୍ୟପ୍ରଦେଶ ଶିବପୁରୀ ଅଞ୍ଚଳରେ ଗତ ମଙ୍ଗଳବାର ଜଣେ ଛାତ୍ରୀ ୧୦୦ଫୁଟ ଉଚ୍ଚ ପାଣି ଟାଙ୍କି ଉପରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଥିବା ସ୍ଥାନୀୟଲୋକେ ଓ ପୁଲିସ ତାଙ୍କୁ ଏପରି କରିବା ପାଇଁ ବାରଣ କରିଥିଲେ ହେଁ ଛାତ୍ରୀ ଜଣକ କାହାରି କିଛି କଥା ଶୁଣି ନ ଥିଲେ । ମୃତ ଛାତ୍ରୀ ଜଣଙ୍କ ନାମ ସାକ୍ଷୀ ତିୱାରୀ ଓ ବୟସ ୧୭ବର୍ଷ ବୋଲି ଜଣାପଡ଼ିଛି।

Advertisment

publive-image

ସୂଚନାଯୋଗ୍ୟ, ସାକ୍ଷୀ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଥିଲେ। ଗତ ମଙ୍ଗଳବାର ଦ୍ୱିପହରରେ ସାକ୍ଷୀ ଆତ୍ମହତ୍ୟା ପାଇଁ  ପାଣି ଟାଙ୍କି ଉପରେ ଚଢ଼ି ଯାଇଥିଲେ। ସାକ୍ଷୀଙ୍କ ଆତ୍ମହତ୍ୟା ଉଦ୍ୟମ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇବାକୁ କହିଥିଲା।

ଏଥିସହ ଯୁବତୀଙ୍କ ସୁରକ୍ଷା ପାଇଁ ତଳେ ଜାଲ ମଧ୍ୟ ବିଛାଇଥିଲା। ପୁଲିସ ଯୁବତୀଙ୍କୁ ଉଦ୍ଧାର ପାଇଁ ପାଣି ଟାଙ୍କି ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିବା ସମୟରେ ସାକ୍ଷୀ ତଳକୁ ଡେଇଁ ପଡ଼ିଥିଲେ।

publive-image

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଛାତ୍ରୀଙ୍କ ଆତ୍ମହତ୍ୟା ପଛର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନ ଥିଲା।