ଯଦି ତୁମେ ମୋ ଝିଅକୁ ସତରେ ଭଲ ପାଉଛ ତେବେ ନିଜକୁ ଗୁଳି କରି ଦେଖାଅ! ପ୍ରେମିକାର ବାପାଙ୍କଠାରୁ ଏହା ଶୁଣି ନିଜକୁ ଗୁଳି କଲେ ବିଜେପି ନେତା

ଭୋପାଲ : ଭାରତୀୟ ଜନତା ପାର୍ଟିି ଯୁବ ମୋର୍ଚ୍ଚାର ଜଣେ ନେତା ପ୍ରେମ ପାଇଁ ନିଜକୁ ଗୁଳି କରିଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମଧ୍ୟପ୍ରଦେଶର ଭୋପାଲରେ ଏହି ଘଟଣା ଘଟିଥିବା ବେଳେ ପ୍ରେମିକା ଘରକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିବାର ସୂଚନା ମିଳିଛି । ଯଦି ତୁମେ ମୋ ଝିଅକୁ ସତରେ ଭଲ ପାଉଛ ତେବେ ନିଜକୁ ଗୁଳି କରି ଦେଖାଅ ବୋଲି ପ୍ରେମିକାର ବାପା କହିଥିଲେ । ଏହା ଶୁଣି ନିଜକୁ ପ୍ରମାଣ କରିବାକୁ ଯାଇ ବିଜେପି ନେତା ନିଜ ମୁଣ୍ଡକୁ ଗୁଳି କରିଥିଲେ । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନିଆ ଯାଇଥିବା ବେଳେ ତାଙ୍କର ବ୍ରେନ୍‌ ଡ଼େଡ଼୍‍ ହୋଇ ଯାଇଥିବା ଡ଼ାକ୍ତର କହିଛନ୍ତି । ଏବେ ତାଙ୍କୁ ଭେଣ୍ଟିଲିଟରରେ ରଖା ଯାଇଥିବା ଜଣାପଡ଼ିଛି ।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟିି ଯୁବ ମୋର୍ଚ୍ଚାର ଉପାଧ୍ୟକ୍ଷ ଅତୁଲ ଲୋଖଣ୍ଡେ ମଙ୍ଗଳବାର ସକାଳେ ଏକ ଫେସ୍‌ବୁକ୍‌ ପୋଷ୍ଟ କରିଥିଲେ । ଏଥିରେ ତାଙ୍କୁ ପ୍ରେମିକାଙ୍କ ବାପା ପ୍ରେମକୁ ସାବ୍ୟସ୍ତ କରିବା ପାଇଁ ଜୀବନ ହାରିବାର ସର୍ତ୍ତ ରଖିଥିବା କଥା ଜଣାଇଥିଲେ । ଏହା ସହ ଯଦି ସେ ଆତ୍ମହତ୍ୟା ଉଦ୍ୟମ କରି ବଞ୍ଚି ଯାଉଛନ୍ତି ତେବେ ଦୁଇ ଜଣଙ୍କର ବିବାହ କରାଯିବ । ଯଦି ସେ ମରିଯିବେ ତେବେ ଆର ଜନ୍ମରେ ଦୁହେଁ ସାଥିରେ ରହିବ ବୋଲି ପ୍ରେମିକାଙ୍କ ବାପା କହିଥିବା ସେ ଉଲ୍ଲେଖ କରିଥିଲେ । ମୋ ସହ କିଛି ହେଲେ ମୋ ପ୍ରେମିକାକୁ ମିଛି କହିବ ନାହିଁ । ତା’ର କିଛି ଭୁଲ ନାହିଁ । ମୁଁ ତାକୁ ବହୁତ ଭଲପାଏ ବୋଲି ଲେଖି ୪୦ଟି ଫଟୋ ଅପ୍‌ଲୋଡ଼ କରିଥିଲେ ଅତୁଲ । ଏହି ପୋଷ୍ଟ କରିବା ପରେ ମଙ୍ଗଳବାର ସମୟ ପ୍ରାୟ ୯.୩୦ରେ ନିଜ ପ୍ରେମିକାଙ୍କ ଘର ବାହାରେ କାର୍‌ ରଖି ନିଜକୁ ଗୁଳି ମାରିଥିଲେ ।

oneindia.com

ଏ ନେଇ ଖବର ପ୍ରକାଶ ପାଇବା ପରେ ଅତୁଲଙ୍କ ଦାଦା ଏବଂ ତାଙ୍କ ସାଙ୍ଗ ଆହତ ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନା ନେଇଥିଲେ । ଚିକିତ୍ସା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଅତୁଲଙ୍କ ସାଙ୍ଗ ଦେଇଥିବା ସୂଚନା ଅନୁଯାୟୀ,ଅତୁଲ ଏବଂ ତାଙ୍କ ପ୍ରେମିକାଙ୍କ ସଂପର୍କ ୧୩ ବର୍ଷର । ତାଙ୍କ ପ୍ରେମିକା ଏକ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ଅତୁଲ ତାଙ୍କ ଘରକୁ ବିବାହ ପ୍ରସ୍ତାବ ପଠାଇଥିଲେ । କିନ୍ତୁ ପ୍ରେମିକାଙ୍କ ବାପା ବାହାଘର କରିବା ପାଇଁ ମନା କରି ଦେଇଥିଲେ । ଏହା ଜାଣି ଅତୁଲ ତାଙ୍କ ପ୍ରେମିକାଙ୍କ ଉପରେ ବିବାହ କରିବା ପାଇଁ ଚାପ ପକାଇବାରୁ ପ୍ରେମିକା ମଧ୍ୟ ବିବାହ ପାଇଁ ମନା କରି ଦେଇଥିଲେ ।

ସମ୍ବନ୍ଧିତ ଖବର